oom

ଶ୍ରାବଣ ଉତ୍ସବରେ ସମ୍ବର୍ଦ୍ଧିତ ହେଲେ ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ଭୋଗ ମଣ୍ଡପଠାରେ ହୋଇଥିବା ଚଉଷଠି ଯୋଗିନୀ ସାହିତ୍ୟ କଳା ପରିଷଦର ଶ୍ରାବଣ ଉତ୍ସବ କାର୍ଯ୍ୟକ୍ରମରେ ଆୟୋଜକ କମିଟି ପକ୍ଷରୁ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସାମ୍ବାଦିକ ହୁଲେଶ୍ୱର ହଂସଙ୍କୁ ପ୍ରତିଭାବାନ ସାମ୍ବାଦିକ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ସମ୍ବର୍ଦ୍ଧିତ କରିବା ସମୟରେ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଆୟୋଜକ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଶ୍ରୀ ହଂସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟୁଛି । ବିଭିନ୍ନ ସମୟରେ ଗ୍ରାଉଣ୍ଡ ଜିରୋକୁ ଯାଇ ଲୋକଙ୍କ ସମସ୍ୟା କଥା ସବୁ ବେଳେ ସରକାର ଓ ପ୍ରଶାସନ ନିକଟରେ ଖବର ମାଧ୍ୟମରେ ଉପସ୍ଥାପନ କରୁଥିବାରୁ ସେ ଚର୍ଚ୍ଚାରେ ରହି ଆସିଥାନ୍ତି । ଅନୁଷ୍ଠାନର ସଭାପତି ଡ଼ଃ ନାରାୟଣ ମିଶ୍ର ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.