om academy

ରାଷ୍ଟ୍ରୀୟ ସମ୍ମିଳନୀରେ ବିରଞ୍ଚି ଦାଶ ରକ୍ତନାୟକ ଭାବେ ସମ୍ବର୍ଦ୍ଧିତ

jsm

ତୁରେକେଲା, (କୈଳାସ ସଗ୍ରିଆ) : ବିଶ୍ୱ ବେସରକାରୀ ସଂଗଠନ ଦିବସ ଅବସରରେ ହରିୟାଣା ରାଜ୍ୟର କର୍ଣ୍ଣାଲର ଡ.ମଙ୍ଗଳ ସେନ ଅଡିଟୋରିୟମଠାରେ ସ୍ୱଇଚ୍ଛାରେ ରକ୍ତଦାନ ଉପରେ ନିଫା ଆନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ଦୁଇ ଦିବସୀୟ ରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନିଫା ସଂସ୍ଥା ତରଫରୁ ସାରା ଭାରତ ବର୍ଷରେ ଅମୃତ ମହୋତ୍ସବ ପାଳନ ଅବସରରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଅଗଷ୍ଟ ୧୫ ତାରିଖରେ ବିରଞ୍ଚି ନାରାୟଣ ଦାଶ କଣ୍ଟାବାଞ୍ଜି ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର ଆୟୋଜନ କରିବା ସହିତ କରୋନା କାଳରେ ନିଃସ୍ୱାର୍ଥପର ସେବା କରିଥିବାରୁ ତାଙ୍କୁ ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ପଙ୍କଜ ନୈନ, ନିର୍ଦ୍ଦେଶକ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ, ହରିୟାଣା ସରକାର ରକ୍ତନାୟକ ଭାବରେ ପ୍ରମାଣ ପତ୍ର ଓ ସ୍ମୃତିଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନା ଗ୍ରହଣ ଅବସରରେ ଏହି ଶ୍ରେୟ ରକ୍ତଦାତାମାନଙ୍କର ବୋଲି ଶ୍ରୀ ଦାଶ ନିଜ ବକ୍ତବ୍ୟରେ କହିଥିଲେ । ଖବର ପାଇବା ପରେ ରକ୍ତଦାତା ବୃନ୍ଦ, ବୁଦ୍ଧିଜୀବୀ ତଥା ଜନସାଧାରଣରେ ଖୁସିର ଲହରୀ ଖେଳି ଯାଇଛି ।

Leave A Reply

Your email address will not be published.