lika

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ବାରିକ ସମ୍ବର୍ଦ୍ଧିତ

gbag

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ବାରିକଙ୍କୁ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ସେ ଜଣେ ଦକ୍ଷ, ଆଦର୍ଶ, ଲୋକପ୍ରିୟ ଶିକ୍ଷକ ଭାବେ ପରିଚିତ ଥିଲେ । ଉଜ୍ୱଳ ବାରିକ ଓ ବିଜିଲି ବାରିକଙ୍କ ସୁପୁତ୍ର ପ୍ରହଲ୍ଲାଦଙ୍କୁ ଏହି ସମ୍ବର୍ଦ୍ଧନା ମିଳିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏହି ଉତ୍ସବରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କୁଳ ସଚିବ ଡ଼, ନୃପରାଜ ସାହୁ, ଜିଲ୍ଲା ସଭାପତି ସୁରେନ୍ଦ୍ର ଯୋଶୀ, ସମ୍ପାଦକ ଧିରେନ ପଟ୍ଟନାୟକ ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.