centurian jitm

ଆସନ୍ତା ୧୦ରେ ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ସମ୍ବର୍ଦ୍ଧିତ ହେବେ ସୌମ୍ୟରଂଜନ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବାଦ ସାହିତ୍ୟ ଘର ରାଉରକେଲାର ବାର୍ଷିକୋତ୍ସବ ୨୦୨୨ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆସନ୍ତା ୧୦ତାରିଖ ଦିନ ଦିବା ୧୦ଘଟିକା ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ସାହିତ୍ୟ ଘର ପ୍ରତିଷ୍ଠାତା ସୌମ୍ୟ ରଂଜନ ପଟ୍ଟନାୟକଙ୍କ ୭୦ବର୍ଷ ପୂର୍ତ୍ତି ଜନ୍ମ ଜୟନ୍ତୀ ଉପଲକ୍ଷେ ତାଙ୍କୁ ଅନୁଷ୍ଠାନ ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସେକ୍ଟର ୨୦ କମ୍ୟୁନିଟି ସେଣ୍ଟରଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଂପାଦକ ପ୍ରଶାନ୍ତ କୁମାର ଦାସ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ, ଏହା ସହ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯିବ । ସେହିପରି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଶ୍ରୀ ପଟ୍ଟନାୟକଙ୍କ ଜୀବନୀ ସଂପର୍କିତ ଏକ ବୃତ୍ତ ଚିତ୍ର ନାଟକ ଅଭିନୟ ସହ ଓଡିଶୀ ନୃତ୍ୟ ପରିବେଷଣ କରାଯିବ । ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଏହା ସହ ଶ୍ରୀ ପଟ୍ଟନାୟକଙ୍କ ଜୀବନୀ ସଂପର୍କରେ ଏକ ପୁସ୍ତକ ଲୋକାର୍ପିତ ହେବ । ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଇଷ୍ଟର୍ଣ୍ଣ ମିଡିଆ ପ୍ରା.ଲି.ର ନିର୍ଦ୍ଦେଶିକା ସୁଦତ୍ତା ପଟ୍ଟନାୟକ, ରେଡିଓ ଚକଲେଟ୍‌ର ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବାକୁ ସମ୍ବାଦ ସାହିତ୍ୟ ଘର ରାଉରକେଲାର ସଭାପତି ଆଲୋକ ରଂଜନ ମଲ୍ଲିକ ଓ ସାଧାରଣ ସଂପାଦକ ଶ୍ରୀ ଦାସ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ପ୍ରଧାନ, ଜଗନ୍ନାଥ ରାଉତ, ତ୍ରିଲୋଚନ ମହାରଣା, ଅଶୋକ କୁମାର ପଟ୍ଟନାୟକ, ବିରେନ କୁମାର ଟୁଡୁ, ବିଭୁକିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.