oom

ଗୁରୁଦିବସ ଉପଲକ୍ଷେ ବୈତାଳି କ୍ଲଷ୍ଟର ସିଆର୍‌ସିସିଙ୍କ ନିଆରା ଉଦ୍ୟମ : ୧୨ ଶିକ୍ଷକଙ୍କୁ କଲେ ସମ୍ବର୍ଦ୍ଧିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ଗୁରୁଦିବସ ଅବସରରେ ବରଗଡ଼ ଜିଲ୍ଲା ବୈତାଳି କ୍ଲଷ୍ଟରର ସିଆର୍‌ସିସି ଦିବସ କୁମାର ସାହୁଙ୍କ ଉଦ୍ୟମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୈତାଳିଠାରେ ଏକ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁଦିବସ ଦିନ ରାଜ୍ୟ ତଥା ଦେଶସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବରଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା ଝାରବନ୍ଧ ବ୍ଲକରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଶ୍ରୀ ସାହୁ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ସାହୁ ଗତ ଦେଢ଼ ମାସ ପୂର୍ବରୁ ନୂତନ ଭାବେ ବୈତାଳି କ୍ଲଷ୍ଟର ସିଆର୍‌ସିସି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅଳ୍ପ ସମୟ ମଧ୍ୟରେ ନିଜ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟଗୁଡ଼ିକୁ ଯାଇ ଶିକ୍ଷକମାନଙ୍କ ଦକ୍ଷତା ତଥା ଲୁକ୍କାୟିତ ପ୍ରତିଭାକୁ ଅନ୍ୱେଷଣ କରି ଗୁରୁଦିବସ ଭଳି ପବିତ୍ର ଦିନରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ମନସ୍ତ କରିଥିଲେ । ଏଥିପାଇଁ ଆୟୋୟିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ସଭାପତି ଦାୟିତ୍ୱ ତୁଲାଇବା ସହ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମହେନ୍ଦ୍ର ପଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜଗନ୍ନାଥ ପ୍ରଧାନ ମୁଖ୍ୟବକ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ରାଜେଶ ପଧାନ ମଞ୍ଚ ପରିଚାଳନା କରିଥିଲେ । ରାଜେନ୍ଦ୍ର ପାଣ୍ଡେଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ, ବିଶ୍ଵାମିତ୍ର ବାଗଙ୍କୁ ଶ୍ରେଷ୍ଠ ପ୍ରଦାନ ଶିକ୍ଷକ ସମ୍ମାନ, ମୀନକେତନ ଥପାଙ୍କୁ ଶ୍ରେଷ୍ଠ ସହକାରୀ ଶିକ୍ଷକ ସମ୍ମାନ, ଫିରୋଜ ନାଗଙ୍କୁ ଶ୍ରେଷ୍ଠ କନିଷ୍ଠ ଶିକ୍ଷକ ସମ୍ମାନ, ଭୋଗ ସିଂ ଦାଉ ଏବଂ ଗାୟତ୍ରୀ ସେଠଙ୍କୁ ଶ୍ରେଷ୍ଠ ଏଫ୍‌ଏଲ୍‌ଏନ୍‌ ଶିକ୍ଷକ ସମ୍ମାନରେ ସମ୍ମାନିତ କରାଯାଇଛି । ଏହାଛଡ଼ା ଶ୍ରେଷ୍ଠ କଳା ଶିକ୍ଷକ ଭାବେ ସବିତ କୁମାର ମହଲିଙ୍ଗ ଏବଂ ଶ୍ରେଷ୍ଠ ବିଜ୍ଞାନ ଶିକ୍ଷକ ଭାବେ ରାମେଶ୍ୱର ହରିପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ବର୍ଗରେ ଶ୍ରେଷ୍ଠ ସମାୟାନୁବର୍ତୀ ଶିକ୍ଷକ ଭାବେ ଉପେନ୍ଦ୍ର ପଟେଲ, ନିଷ୍ଠାପର ଶିକ୍ଷକ ଭାବେ ମାନଭଞ୍ଜନ ପାଣ୍ଡେ ଏବଂ ଶ୍ରେଷ୍ଠ ଦାୟିତ୍ୱବାନ ଶିକ୍ଷକ ଭାବେ ସଂଯୁକ୍ତା କୁମ୍ଭାରଙ୍କୁ ସମ୍ମାନିତ କରାଯାଇଥିଲା ବୈତାଳି କ୍ଲଷ୍ଟର ସିଆର୍‌ସିସି ଦିବସ କୁମାର ସାହୁଙ୍କ ଏହି ନିଆରା ଉଦ୍ୟମକୁ ଶିକ୍ଷକ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

jittmm
Leave A Reply

Your email address will not be published.