oum

ରାଉରକେଲାର ସମ୍ବର୍ଦ୍ଧନା ଉତ୍ସବ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ନାଟ୍ୟକଳା ପ୍ରତି ସମର୍ପିତ ୨୪ଗୋଟି ନାଟ୍ୟସଂସ୍ଥା (ରଂଗମଂଚ, ପ୍ରୟାସ, ସ୍ପନ୍ଦନ, ସଂପର୍କ, ସଂ କଳ୍ପ, ମହୁମାଛି, ପ୍ରତିଧ୍ବନି, ସ୍ବସ୍ତି ଝଙ୍କୃତ, ନ୍ୟୁ କ୍ବେଷ୍ଟ ରିପୋର୍ଟରୀ, କଳାକାର ଏକତା ମଂଚ, ବିଲିଭର, ଆମେ ନାଟୁଆ, ସାରନା ନବଯୁବକ ସଂଘ, କଲଚରାଲ ଏକାଡେମୀ, କଳିଙ୍ଗ କଳା ପରିଷଦ, ନଟରାଜ ନୃତ୍ୟ ପରିଷଦ, ନାୟିକା ରାଉରକେଲା, ପରିଚୟ, ତିତିଲି, ମଂଚଧାରା, ପଞ୍ଚମବେଦ, ପ୍ରଗତି ଉତ୍କଳ ସଂଘ ଓ ଅନ୍ୟ ଦୁଇଟି ନାଟ୍ୟାନୁଷ୍ଠାନ)କୁ ନେଇ ଗଠିତ ଏକତ୍ର, ରାଉରକେଲା ତରଫରୁ ସମ୍ବର୍ଦ୍ଧନା ଉତ୍ସବ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏକତ୍ରର ସଭାପତି ପ୍ରଫେସର ଡଃ ସମର ମୁଦାଲିଙ୍କ ସଭପତିତ୍ବ ତଥା ସଂଯୋଜନା ଓ ସାଧାରଣ ସଂପାଦକ ବିଜୟ କୁମାର ପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତି ମୁଖ୍ୟ ଅତିଥି, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଉଦ୍‌ଘାଟକ ଓ ଆର୍‌ଏସ୍‌ପି କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏକତ୍ରର କାର୍ୟ୍ୟକାରୀ ସଭାପତି ଭାସ୍କର ଚନ୍ଦ୍ର ମହାପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ ସହ କାର୍ୟ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟଅତିଥି ପଦ୍ମଶ୍ରୀ ମହାନ୍ତି ନିଜ ବକ୍ତବ୍ୟରେ କହିଲେ ଯେ କଳାପ୍ରତି ସମର୍ପିତ ପ୍ରାଣ ହିଁ କଳାକାରକୁ ଯଶସ୍ବୀ ଓ ସ୍ବତନ୍ତ୍ର ପରିଚୟ ଦେଇଥାଏ । ଏତେ ଗୁଡିଏ ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ରର କାର୍ୟ୍ୟକ୍ରମ ସ୍ବତନ୍ତ୍ର ଓ ନିଆରା । ଯାହା ଅଭିଭୂତ କରିଛି । ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ରାଉରକେଲାରେ କିପରି ସାଂସ୍କୃତିକ କାର୍ୟ୍ୟକ୍ରମ କରାଯିବ ସେ ଦିଗରେ ଚେଷ୍ଟା କରିବେ ବୋଲି କହିଥିଲେ । ଉଦ୍‌ଘାଟକ ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ନାଟ୍ୟକାରଙ୍କ ନିଶାରେ ଥାଏ ନାଟକ । ତାଙ୍କ ଲେଖନୀରେ ସମାଜର ଚିତ୍ର ପ୍ରତିଫଳିତ ହୋଇଥାଏ । ୨୪ଟି ନାଟ୍ୟାନୁଷ୍ଠାନ ଏକାଠି ହୋଇ କାର୍ୟ୍ୟ କରିବା ବିରଳ ଘଟଣା । ସମ୍ମାନିତ ଅତିଥି ଶ୍ରୀ ଶତପଥୀ ତାଙ୍କ ବକ୍ତବ୍ୟରେ ସମାଜ ପ୍ରତି ସମର୍ପିତ ନାଟକ ଦର୍ଶକୀୟ ଆଦୃତି ଲାଭ କରେ ଓ ଏହାର ବାର୍ତ୍ତା ସୁଦୂର ପ୍ରସାରୀ ହୋଇଥାଏ । ଆର୍‌ଏସ୍‌ପି ତରଫରୁ ସାଂସ୍କୃତିକ କାର୍ୟ୍ୟକ୍ରମ ପାଇଁ ଯଥାସମ୍ଭବ ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ନାଟକ କ୍ଷେତ୍ରରେ ସ୍ବତନ୍ତ୍ର ଅବଦାନ ପାଇଁ ପଦ୍ମଶ୍ରୀ ଅରୁଣା ମହାନ୍ତି, ବିଦୁଭୂଷଣ ନନ୍ଦ, ବଟକୃଷ୍ଣ ସ୍ବାଇଁ, ପିତାମ୍ବର ପୁହାଣ, ଶଙ୍କର ପ୍ରସାଦ ନାୟକ, ଅଛୁ ପ୍ରଧାନଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଛ, ଉପଢୌକନ, ମେମୋଣ୍ଟୋ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମାନପତ୍ର ଗୁଡିକୁ ସର୍ବଶ୍ରୀ ଉପସଭାପତି କୈଳାଶ ପାଣିଗ୍ରାହୀ, ଅଶୋକ ବଳ, ପ୍ରଫୁଲ୍ଲ ସେଠୀ, ଅନିଲ ମଲ୍ଲିକ, ବିଜୟ ଭୋଳ ଓ ନିବେଦିତା ଜେନା ପ୍ରମୁଖ ପଠନ କରିଥିଲେ । ଅନୁଷ୍ଠାନ ତରଫରୁ ସ୍ବତନ୍ତ୍ର ଭାବେ ଉଦଘାଟକ, ସମ୍ମାନିତ ଅତିଥି ଓ ଜିତେନ୍ଦ୍ର ପଟ୍ଟନାୟକଙ୍କୁ ଏକତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ସାଧାରଣ ସଂପାଦକ ଶ୍ରୀ ପାତ୍ର ସଂପାଦକୀୟ ବିବରଣୀ ପାଠ କରିବା ସହ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ଓ ଓଡିଶା ସଂଗୀତ ନାଟକ ଏକାଡେମୀ ରାଉରକେଲାରେ ମାସକୁ ଦୁଇଥର ନାଟ୍ୟ ଧାରା କାର୍ୟ୍ୟକ୍ରମ କରିବା ପାଇଁ ଅନୁରୋଧ କରିଥିଲେ । ସଂପୂର୍ଣ୍ଣ କାର୍ୟ୍ୟକ୍ରମରେ ଅତିଥି ଓ ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କ ଉପରେ ପୁଷ୍ପବୃଷ୍ଟି ତଥା ଅତିଥିଙ୍କୁ ପାଛୋଟି ଆଣିବା ପାଇଁ ଶଂଖନାଦ, ମୃଦଙ୍ଗ, ଝାଞ୍ଜ ଓ କାହାଳୀ ବାଦ୍ୟ ଦ୍ବାରା ମଂଚକୁ ଆଣିବା ଦର୍ଶକଙ୍କୁ ଭିନ୍ନ ସ୍ବାଦ ଦେଇଥିଲା । ଏହି କାର୍ୟ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ସୁରେନ୍ଦ୍ର ପାଢୀ, ଗଙ୍ଗାଧର ଜେନା, ପ୍ରଜ୍ଞାନନ୍ଦ ମହାନ୍ତି, ପୁଷ୍ପା ବିଶୋଇ, ମୀନତି ମହାନ୍ତି, ଅଭିରାମ ପ୍ରଧାନ, ସତ୍ୟ ମହାପାତ୍ର, ରାଜକୁମାର ମହାନ୍ତି, ନିତା ଗୋସ୍ବାମୀ, ସୁଦେଷ୍ଣା ରାଉତ, ରମେଶ ମହାନ୍ତି, ନଗେନ ଦାସ, ପ୍ରଫୁଲ୍ଲ ସାମଲ, ମୋନିକା ଆଚାର୍ୟ୍ୟ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସହସଂପାଦକ ନଳିନୀ ନିହାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.