om academy

ଶିକ୍ଷକଙ୍କୁ ନିଆରା ଢଙ୍ଗରେ ଅବସରକାଳୀନ ସମ୍ବର୍ଦ୍ଧନା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚନ୍ଦନଭାଟୀ ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଭାଟୀ ପଞ୍ଚାୟତ ହାଇସ୍କୁଲରେ ଆଜି ଦେଖିବାକୁ ମିଳିଛି ପୂର୍ବତନ ଶିକ୍ଷକ ରମେଶ ଚନ୍ଦ୍ର ମେହେରଙ୍କୁ ହାଇସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ ନିଆରା ଢଙ୍ଗରେ ଅବସରକାଳୀନ ସମ୍ବର୍ଦ୍ଧନା । ସୂଚନାଯୋଗ୍ୟ ଯେ, ଗତ ୧୯୯୪ ମସିହାରେ ଶ୍ରୀ ମେହେର କଳା ଶିକ୍ଷକ ଭାବେ ଚନ୍ଦନଭାଟୀ ପଞ୍ଚାୟତ ହାଇସ୍କୁଲରେ ଯୋଗ ଦେଇଥିଲେ । ଦୀର୍ଘ ୩୦ ବର୍ଷ ଧରି ଏହି ବିଦ୍ୟାଳୟରେ କାର୍ଯ୍ୟରତ ରହି ବେଶ୍ ସୁନାମ ଅର୍ଜନ କରିଥିବା ଶ୍ରୀ ମେହେର ଗତ ୩୧ ମେ’ରେ ସେ ସରକାରୀ ହିସାବରେ ଅବସର ନେଇଥିଲେ ହେଲେ ସ୍କୁଲ ଛୁଟି ଥିବାବେଳେ ଆଜି ହାଇସ୍କୁଲ ପରିସରରେ ଏହି ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବଡ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ ପଧାନଙ୍କ ସଭାପତିତ୍ୱରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଯୋଷୀ, ସୁଶାନ୍ତ ଦୀପ, ପୂର୍ବତନ ଶିକ୍ଷକ ଶିବପ୍ରସାଦ ମିଶ୍ର, ଶାନ୍ତାନୁ ତ୍ରିପାଠୀ ଅନ୍ୟାନ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଲମଣି ପଟେଲ, ପିତବାସ ପଣ୍ଡା, ବାମଦେବ ମିଶ୍ର, ତ୍ରିଲୋଚନ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଏହା ବ୍ୟତୀତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସଭାକୁ ଡ. ସତ୍ୟବ୍ରତ ମିଶ୍ର ପରିଚାଳନା କରିଥିବା ବେଳେ ସୁଷମା ପୋଢ, ପଦ୍ମନାଭ ବୁଡେକ, ପ୍ରଭୁଦତ୍ତ ପ୍ରଧାନ, ବିକାଶ ନାଗ ପ୍ରମୁଖ ଶ୍ରୀ ମେହେରଙ୍କ ବିଗତ ଦିନରେ ବିଦ୍ୟାଳୟରେ ୩୦ ବର୍ଷ ଧରି ବିତେଇଥିବା ସମୟର ସ୍ମୃତି ସବୁକୁ ନିଜ ବକ୍ତବ୍ୟରେ ବଖାଣିଥିଲେ । ବିଦ୍ୟାଳୟରେ ସମ୍ବର୍ଦ୍ଧନା ଦେବା ପରେ ବିଦ୍ୟାଳୟଠୁ ନିଜ ଘର ଚନ୍ଦନଭାଟୀର ମେହେରପଡାକୁ ବାଜା ବଜାଇ ଏବଂ ବାଣ ଫୁଟାଇ ନାଚଗୀତରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଦାୟ ଶୋଭାଯାତ୍ରାରେ ସାମିଲ ହୋଇ ତାଙ୍କ ବାସଭବନରେ ଛାଡି ବିଦାୟ ଦେଇଥିଲେ । ଏ ଦୃଶ୍ୟ ଆଜି ଚନ୍ଦନଭାଟୀ ଏବଂ ସ୍ଥାନୀୟ ଅଞ୍ଚଳରେ ଜୋର୍ ଧରିଛି ।

Leave A Reply

Your email address will not be published.