ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନଠାରେ ଜିଲ୍ଲା ଯାଦବ ମହାସଭା ବଲାଙ୍ଗିର ତରଫରୁ ପଞ୍ଚାୟତ ଓ ପୌର ନିର୍ବାଚନରେ ନବ ନିର୍ବାଚିତ ହୋଇଥିବା ଯାଦବ ଲୋକ ପ୍ରତିନିଧିମାନଙ୍କ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାର ପଞ୍ଚାୟତ ଓ ପୌର ନିର୍ବାଚନରେ ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ, ଚେୟାରମେନ, ସରପଂଚ, ସମିତି ସଭ୍ୟ / ସଭ୍ୟା ଓ କାଉନସିଲରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାର ୪ଟି ଜିଲ୍ଲା ପରିଷଦ, ୧୬ ସମିତି ସଭ୍ୟ, ୨୮ ସରପଂଚ, ୫ ଜଣ କାଉନସିଲର, ଜଣେ ବ୍ଲକ ଅଧ୍ୟକ୍ଷ ଓ ଜଣେ ବ୍ଲକ ଉପାଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଆଗାମୀ ଦିନରେ ଅବହେଳିତ, ନିଷ୍ପେଷିତମାନଙ୍କ ପାଇଁ ଓ ସରକାରଙ୍କ ସରକାରୀ ସୁବିଧା କେମିତି ସହଜରେ ଲୋକଙ୍କ ପାଖକୁ ପହଞ୍ôଚ ପାରିବ, ସମାଜର ସମସ୍ତେ ଏକ ହୋଇ ଆଗାମୀ ଦିନରେ କେମିତି ଲୋକ ପ୍ରତିନିଧି ସମାଜର ସେବା ପାଇଁ ଆସି ପରିବେ ସେ ସମ୍ବନ୍ଧରେ ବକ୍ତାମାନେ ନିଜର ମନ୍ତବ୍ୟ ରଖିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୁପାର ଠେଲା ସଭାପତି ଜିଲ୍ଲା ପରିଷଦ ସୋନପୁର, ମୁଖ୍ୟବକ୍ତା ମଗବାନ ବାଗ ତହସିଲଦାର ବଲାଙ୍ଗିର, ମଂଚାସିନ ଥିଲେ ପରମାନନ୍ଦ ହାତି ସଭାପତି ଜିଲ୍ଲା ଯାଦବ ମହାସଭା, ଦମୟନ୍ତି ବାଗ ମହିଳା ସଭାପତି, ମନୋଜ ହାତି ସଂଯୋଜକ, ଲକ୍ଷ୍ମଣ ବାଗ ରାଜ୍ୟ ସଭାପତି ପ୍ରୋଜେକ୍ଟ ସେଲ, ସତ୍ୟନାରାୟଣ ବାଗ ଉପଦେଷ୍ଟା, ଦିଲିପ ରାଜପଲିଆ ଯୁବ ସଭାପତି, ସରିତା ବାଗ ଅଧ୍ୟକ୍ଷା ବଲାଙ୍ଗିର ବ୍ଲକ ଥିବା ବେଳେ ଗୌରଚନ୍ଦ୍ର ରାଜପଲିଆ, ଗିତା ବିଶି, ସୁବ୍ରତ ନାଗ, ଶ୍ରୀପତି ବାଗ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସନ୍ଦିପ ବାଗ, ଜୟଦେବ ଜାଲ, ଦିନେଶ ନାଗ, ଅଷ୍ଟମୀ ନାଗ, ବିରେନ୍ଦ୍ର ପାଣ୍ଡେ, ବିଘ୍ନେଶ୍ୱର କାଲସାଏ ପ୍ରମୁଖ ସହଯୋଗ କରିଥିଲେ । ସଭା ପରିଚାଳନା କରିଥିଲେ ବିନୋଦ କୁମାର କାଲସାଏ । ହରେଶ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.