ରେଡ୍ଡୀସମାଜ ସଂଘ ପକ୍ଷରୁ କାଉନ୍‌ସିଲରଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧ ନମ୍ବର ୱାର୍ଡର ନବନିର୍ବାଚିତ କାଉନ୍ସିଲର ଟି.ଗଣେଶ ରେଡ୍ଡୀଙ୍କୁ ତେରସ୍ଥାନ ପ୍ରଗଣା ଛତ୍ରପୁର ତାଲୁକା ରେଡ୍ଡୀ ସମାଜ ସଂଘଭବନରେ ପବିତ୍ର ଉତ୍କଳ ଦିବସ ଅବସରରେ ଅନୁଷ୍ଠିତ ଏକ ଅଧିବେଶନରେ ଉପଢୌକନ ସହ ଭାସ୍କରମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲାସଦସ୍ୟ ସାଲକ୍ରିଷ୍ଣା ରେଡ୍ଡୀ, ତାଲୁକା ସଭାପତି ଏସ୍.କାନ୍ତାୟା, ସାଧାରଣ ସମ୍ପାଦକ ସିଏଚ୍‌.ପୂର୍ଣ୍ଣକୁମାର (ଚିନ୍ନାବାବୁ), ସହ-ସମ୍ପାଦକ ପି.ସତ୍ୟନାରାୟଣ ରେଡ୍ଡୀ, ଜୋନ-ଉପସଭାପତି ଏସ୍.ଦାଲେୟା ରେଡ୍ଡୀ, ଆଇନ ପରାମର୍ଶଦାତା ଡ଼ି.ଆଦିନାରାୟଣ ରେଡ୍ଡୀ, ପ୍ରମୁଖ କୁଳ ସଂଘର ବହୁବରିଷ୍ଠ ନେତ୍ତୃବର୍ଗଙ୍କ ଗହଣରେ କାଉନ୍‌ସିଲର ଗଣେଶ ବାବୁଙ୍କୁ ସମ୍ବର୍ଦ୍ଧନା ଦେଇ ତାଙ୍କର ଦୀର୍ଘାୟୁ ଓ ଯଶସ୍ୱୀ କାମନା କରାଯାଇଛି ।

Leave A Reply

Your email address will not be published.