oom

ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସରେ ସଫଳତମ ଫରେଷ୍ଟରଙ୍କୁ ସମ୍ବର୍ଦ୍ଧନା

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଭୂବନେଶ୍ୱର ସ୍ଥିତ ଜୟଦେବ ଭବନରେ ଗତ ୨୧ ତାରିଖ ଦିନ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ବନଦିବସ ପାଳନ ଅବସରରେ ଟିଟଲାଗଡ଼ କେନ୍ଦୁପତ୍ର ବନଖଣ୍ଡ, ଦେଓଗାଁ କେନ୍ଦୁପତ୍ର ରେଞ୍ଜ ଅଫିସର ଦାୟିତ୍ୱରେ ଥିବା ଫରେଷ୍ଟର ଧୋବା ରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେ ଏହି ରେଞ୍ଜରେ ଦୀର୍ଘ ୨ବର୍ଷ ଧରି ସଫଳତାର ସହ କାର୍ଯ୍ୟ ତୁଲାଇ ଆସିଛନ୍ତି । ଚଳିତ ବର୍ଷ ଦେଓଗାଁ ରେଞ୍ଜରେ କେନ୍ଦୁପତ୍ର ବିକ୍ରି ଲକ୍ଷ୍ୟକୁ ସଫଳତାର ସହ ପୂରଣ କରିଥିବାରୁ ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ସଚିବ ଡ. ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶିଶିର ରଥ, ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକ ଶଶି ପାଲ, ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ ଓମ ପ୍ରକାଶ ସିଂ ଯୋଗ ଦେଇ ଶ୍ରୀ ରଣାଙ୍କୁ ମାନପତ୍ର, ଫଳକ ଓ ପ୍ରୋତ୍ସାହନ ପାଇଁ ଅର୍ଥ ରାଶି ସହ ରାଜ୍ୟ ବନ ପୁରସ୍କାର ୨୦୨୨ରେ ସମ୍ମାନୀତ କରିଥିଲେ ।

jittmm
Leave A Reply

Your email address will not be published.