କବୟିତ୍ରୀ ସାବିତ୍ରୀ ସାହୁଙ୍କୁ ସମ୍ବର୍ଦ୍ଧନା

ଖପ୍ରାଖୋଲ, (କେପିଏନ୍‌ଏସ୍‌) : କୋଶଲି ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ବାଞ୍ଜିପାଲି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ସାବିତ୍ରୀ ସାହୁ ଚଳିତ ବର୍ଷ ଯୁବ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଛନ୍ତି । କୋଶଳ ରତ୍ନ ପ୍ରୟାଗଦତ୍ତ ଯୋଶୀଙ୍କ ଜୟନ୍ତୀ ତଥା ସ୍ୱାଭିମାନ ଦିବସ ପାଳନ ଅବସରରେ ପଦ୍ମପୁର ଠାରେ ଶ୍ରୀମତୀ ସାହୁଙ୍କୁ ଗତକାଲି ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ ଉତ୍ସବରେ ଅତିଥିମାନେ ଶ୍ରୀମତୀ ସାହୁଙ୍କୁ ମାନପତ୍ର ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏଇ ପୁରସ୍କାର ପାଇବା ପରେ ଶ୍ରୀମତୀ ସାହୁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ବାର୍ତ୍ତା ମିଳିଅଛି ।

Leave A Reply

Your email address will not be published.