ମହାଖଲା କର୍ତ୍ତଙ୍ଗ, କଦମ୍‌ ଫୁଲ୍‌, କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ଓ କୋଶଲି ଡେରା ତରଫରୁ ପଦ୍ମଶ୍ରୀ ପାଇଁ ଯୋଗ୍ୟ ବିବେଚିତ କୋଶଲୀ ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାଖଲା କର୍ତ୍ତଙ୍ଗ, କଦମ୍‌ ଫୁଲ୍‌ ଓ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ତରଫରୁ ପଦ୍ମଶ୍ରୀ ପାଇଁ ଯୋଗ୍ୟ ବିବେଚିତ କୋଶଲୀ ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଉପରୋକ୍ତ ସାହିତ୍ୟ ଅନୁଷ୍ଠାନର ସଭ୍ୟମାନେ ଯଶସ୍ୱୀ ସାହିତ୍ୟିକ ଶ୍ରୀ ଗୁରୁଙ୍କ ବାସଭବନକୁ ଆସି ତାଙ୍କୁ ସାକ୍ଷାତ କରିବା ସହ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ତାଙ୍କ କୋଶଲୀ ସାହିତ୍ୟି ଜଗତରେ କୃତୀତ୍ୱ ପାଇଁ ଅଶେଷ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ମହାଖଲା କର୍ତ୍ତଙ୍ଗ ଅନୁଷ୍ଠାନରୁ ସଂପାଦକ କୃପାସିନ୍ଧୁ ମହାକୁର, ଅଖୋଜ କୁମାର ଷାଣ୍ଢ, କଦମ୍‌ ଫୁଲ୍‌ ସାହିତ୍ୟ ଅନୁଷ୍ଠାନରୁ ପଙ୍କଜ ଖମାରୀ, ରାଧେଶ୍ୟାମ ମିଶ୍ର, ସୌମିତ୍ରୀ କର୍ଣ୍ଣ, କୋଶଲ ସାହିତ୍ୟ ସଂସ୍କୃତି ଏକାଡେ଼ମୀ ପକ୍ଷରୁ ପଦ୍ମଶ୍ରୀ ଡଃ. ଶ୍ରୀନିବାସ ଉଦ୍‌ଗାତା, ଗୋରେଖନାଥ ସାହୁ, ମନୋରଂଜନ ମିଶ୍ର, ଲକ୍ଷ୍ମୀନାରାୟଣ ସାହୁ, ଭୁବନ ମେହେର, ବିରେନ୍ଦ୍ର ଝାଙ୍କର, କୋଶଲି ଡେରା ତରଫରୁ ଲାଲଚନ ବଗର୍ତ୍ତି, ସାକେତ ଶ୍ରୀଭୂଷଣ ସାହୁ ପ୍ରମୁଖ ଉପସ୍ଥିତ ରହି ସାରସ୍ୱତ ସାଧକଙ୍କୁ ଅଭିନନ୍ଦନ ଜଣାଇଥିଲେ ।

jittmm
Leave A Reply

Your email address will not be published.