oom

ନିଟ୍‌ କୃତକାର୍ଯ୍ୟ ଛାତ୍ରୀଙ୍କୁ ମାଁ ମାହେଶ୍ୱରୀ ସେନା ତରଫରୁ ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ସୂର୍ଯ୍ୟନଗରରେ ରହୁଥିବା ଆଗଲପୁର ବ୍ଲକ ହରଭଙ୍ଗା ଗାଁର ମୂଳ ନିବାସୀ ଶିକ୍ଷକ ତ୍ରିନାଥ ପାତ୍ର ଓ କବିତା ପାତ୍ରଙ୍କ ସୁପୁତ୍ରୀ ପ୍ରତୀକ୍ଷା ପ୍ରିୟଦର୍ଶିନୀ ପାତ୍ର ସର୍ବ ଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସ ପ୍ରବେଶିକା ପରୀକ୍ଷା ନିଟରେ ୬୮୪୮ ର‍୍ୟାଙ୍କ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରତିକ୍ଷା ବଲାଙ୍ଗିର ୟୁବୋଦୟ କଲେରୁ ଯୁକ୍ତଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପାସ କରିବାର ସଙ୍ଗେ ନିଟ୍‌ ପରୀକ୍ଷା ପ୍ରଥମ ପ୍ରୟାସରେ ସଫଳତା ପାଇଛନ୍ତି । ମାଁ ମାହେଶ୍ୱରୀ ସେନାର ସଦସ୍ୟ ମନୋଜ କରନ, ଅରୁନ ପଲତା, ବଳିଆ ସିଂ ବସ୍ତିଆ, ସୁରେଶ ଚନ୍ଦ୍ର କମ୍ପ ପ୍ରମୁଖ ତାଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି ।

jittmm
Leave A Reply

Your email address will not be published.