
ତୁରେକେଲା, (ପିତାମ୍ବର ଦୀପ ) : କଣ୍ଟାବାଞ୍ଜି ସହର ଗାନ୍ଧୀ ନଗରପଡ଼ାର ବାସିନ୍ଦା ତଥା ଅଞ୍ଚଳ ଜଣାଶଣା କଣ୍ଠଶିଳ୍ପୀ ଅଶୋକ କୁମାରଙ୍କୁ ଏଲଡିଏ ପକ୍ଷରୁ ଶ୍ରେଷ୍ଠ କଳାକାର ସମ୍ମାନରେ ସମ୍ବଦ୍ଧିତ କରାଯାଇଛି । ଏଲଡିଏ ସଂଗ ଗଠନ ପକ୍ଷରୁ ଲାଠୋର ଠାରେ ଆୟୋଜିତ ବୁଦ୍ଧଭୀମା ହୋତ୍ସବରେ ତାଙ୍କୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତରେ ସମ୍ବଦ୍ଧିତ କରାଯାଇଥିଲା । ଅଶୋକ କୁମାର ପଶ୍ଚିମ ଓଡ଼ିଶାର କଳାକାର ଜଗତରେ ଜଣେ ବହୁ ଚର୍ଚ୍ଚିତ ବ୍ୟକ୍ତି । ପଶ୍ଚିମ ଓଡ଼ିଶାର ଅନେକ ଲୋକ ବାଦ୍ୟଯନ୍ତ୍ରରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ସେ ରାଜ୍ୟ ତଥା ରାଜ୍ୟ ବାହାରରରେ ଅନେକ ମଞ୍ଚରେ ସ୍ରୋତାଙ୍କୁ ଗୀତ ଶୁଣାଇ ଲୋକପ୍ରିୟତା ହାସଲ କରିଛନ୍ତି ।