ଡ. ଅବଦୁଲ୍‌ କଲାମଙ୍କ ସ୍ମୃତିଚାରଣ ଓ ସମ୍ବର୍ଦ୍ଧିନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନୁଷ୍ଠାନ ହାପି ମୋମେଂଟ ଇଣ୍ଡିଆ ପକ୍ଷରୁ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଅବଦୁଲ୍‌ କଲାମଙ୍କ ଜନ୍ମତିଥିରେ ସ୍ମୃତିଚାରଣ, ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା ସମାରୋହ ପୁରୀ ସାଂସ୍କୃତିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୁରୀ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଅନୁଷ୍ଠାନର ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୁରୀ ପ୍ରାକ୍ତନ ବିଧାୟକ ଜୟନ୍ତ ଷଡଙ୍ଗୀ, ସମାଜସେବୀ ଶଙ୍କର ପରିଡା, ଶଶଧର ପଣ୍ଡା, ଡ. ବନ୍ଦନା ହରିଚନ୍ଦନ, ଅର୍ଜୁନ ପୁରସ୍କାର ପ୍ରାପ୍ତ କ୍ରୀଡାବିତ୍ ଦୁତି ଚାନ୍ଦ ଏବଂ ମିନତୀ ମହାପାତ୍ର, ବ୍ୟଙ୍ଗ କବି ସମ୍ପଦ ରଥ ନିଜ ଅଭିଭାଷଣରେ ସମାଜରେ କିପରି ପ୍ରତ୍ୟେକ ମଣିଷ ଭିତରେ କିଛି ନା କିଛି ଅନ୍ତର୍ନିହିତ ଗୁଣ ଅଛି ଏବଂ ତାର ବିକାଶ ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା କରିବା ସହ ଅବଦୁଲ କଲାମଙ୍କ ସ୍ମୃତିଚାରଣ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ସ୍ୱାଗତ ଅଭିଭାଷଣ ରଖିବା ସହ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ । ଗୁରୁ ବବିତା ଦାସଙ୍କ ତତ୍ତ୍ୱାବଧାନରେ ପ୍ରସିଦ୍ଧ ମାହାରୀରେ ନୃତ୍ୟ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତ ବର୍ଷ କୋଣ ଅନୁକୋଣରେ ସମାଜରେ ନିଜ ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାଗର ମହାନ୍ତି, ଗୀତାଞ୍ଜଳି ମହାପାତ୍ର, ସୁସ୍ମିତା ପାତ୍ର, ବାସନ୍ତୀ ହନୁମାନ, ରଂଜିତ ଜେନା, ଫିରୋଜ ସାହୁ, ଦୁଃଶାସନ ନାୟକ ମାନସୀ ଘୋଷ, ଡ. ସୀତୁ ପ୍ରକାଶ ରଥ ଏବଂ ବିମଲ ଗହନ ପରିଚାଳନାରେ ସାହାଯ୍ୟ କରିଥିଲେ । ଅନୁଷ୍ଠାନର ସଦସ୍ୟା ଶ୍ରାବଣୀ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଅନୁଷ୍ଠାନର ଟ୍ରଷ୍ଟି ଦିବାକର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.