oom

ହଳଦିଆ ତୈଳିକ ସମାଜ ପକ୍ଷରୁ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସମ୍ବର୍ଦ୍ଧନା

jsmm
  • ସମାଜର ଏକ ମନ୍ଦିର ନିର୍ମାଣ ପାଇଁ ନିଜସ୍ଵ ପାଣ୍ଠି ଯୋଗାଇଦେବାକୁ ସାଂସଦଙ୍କ ପ୍ରତିଶୃତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ହଳଦିଆ ତୈଳିକ ସମାଜ ତରଫରୁ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ପାଇକମାଲ ସ୍ଥିତ ବାସଭବନ ଠାରେ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା କରାଯାଇଥିଲା । ତୈଳିକ ସମାଜର ଚିନ୍ତାଧାରା, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଶିକ୍ଷାର ଦକ୍ଷତା ବୃଦ୍ଧି କରାଇବା ପାଇଁ ସାଂସଦ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ସମାଜର ଏକ ମନ୍ଦିର ନିର୍ମାଣ ପାଇଁ ତୈଳିକ ସମାଜର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ । ସାଂସଦ ଶ୍ରୀ ପୁରୋହିତ ତୈଳିକ ସମାଜର ଉନ୍ନତି ନିମନ୍ତେ ନିଜସ୍ୱ ପାଣ୍ଠିରୁ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମାଜର ଉପଦେଷ୍ଠା ରାହାସ ବିହାର ସାହୁ, ଉପ ସଭାପତି କ୍ଷିରୋଦ୍ର ସାହୁ, କଲାକାହ୍ନୁ ସାହୁ, ଦିବ୍ୟ କିଶୋର ସାହୁ, ଧନୁର୍ଯ୍ୟ ସାହୁ, ଆନନ୍ଦ ସାହୁ, ଭୁବନେଶ୍ୱର ସାହୁ, ପଦ୍ମଲୋଚନ ସାହୁ, ତାରାଚନ୍ଦ ସାହୁ, ଲାଲସାହେବ ସାହୁ, ଦୀନବନ୍ଧୁ ସାହୁ, ନକୁଳ ସାହୁ, ଚତୁର୍ଭୁଜ ସାହୁ, ଚକ୍ରଧର ସାହୁ, ହୃଷିକେଶ ସାହୁ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ବାର୍ତ୍ତାକୁ ସଫଳ କରିଥିଲେ ।

jittmm
Leave A Reply

Your email address will not be published.