ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅର୍ଥନୀତି ବିଭାଗର ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳା ଜ୍ଞାନ ଓ ନିଜର କ୍ୟାରିଅର ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଭାଗୀୟ ମୁଖ୍ୟ ଡ. ସାହୁ ସମସ୍ତଙ୍କୁ ସ୍ଵାଗତ କରି ଛାତ୍ରଛାତ୍ରୀ ମାନଙ୍କୁ ଅର୍ଥନୀତି ବିଭାଗର ମୂଲ୍ୟବୋଧ ଏବଂ ନିଜର ଭବିଷ୍ୟତର ଉଦ୍ଦେଶ୍ୟ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ, ଅଧ୍ୟାପକ ଲଲାଟେନ୍ଦୁ ପ୍ରଧାନ, ଅଧ୍ୟାପିକା ଡ. ମାମତାମୟୀ ଗୁରୁ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରି ଉଦ୍‌ବୋଧନ ଦେଇଥିଲେ । ଯୁକ୍ତ ତିନି ତୃତୀୟ ବର୍ଷ ଏବଂ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀ ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରି ଦିଗଦର୍ଶନ ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଗୀତ ସଙ୍ଗୀତ ପ୍ରଦର୍ଶନ କରାଯାଇଥିଲା । ମିଷ୍ଟର୍ ଫ୍ରେସର ଭାବରେ ଖିରୋଦ୍ର ସାହୁ ଏବଂ ମିସ୍ ଫ୍ରେଶର ଭାବରେ ଗନିତା ଶିଦାର ଚୟନ ହୋଇଥିଲେ । ମାନବ, ଅଲିଫ, ପରିତୋଷ, ଜୟନ୍ତ, ସୁବ୍ରତା, ବର୍ଷା, ସୁଜାତା, କଲ୍ୟାଣୀ ରୁପେଶ, ପ୍ରିୟଙ୍କା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.