oom

କୁଚାଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

jsmm

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ସାଧନ କେନ୍ଦ୍ର କୁଚାଗାଁ ଅନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଚାଗାଁ ଠାରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟିକେଚନ୍ଦ୍ର ମାଝୀ, ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜୟସିଂ ବାଗ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କର୍ମେଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାମକୃଷ୍ଣ ସାହୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଣ୍ଡପଡ଼ା ପ୍ରାଥମିକ ବିଦ୍ୟାଳୟ, ସନ୍ତୋଷ କୁମାର ପଣ୍ଡା ପ୍ରଧାନ ଶିକ୍ଷକ କୁଚାଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଶେଷଦେବ ମୁଣ୍ଡ ପ୍ରଧାନ ଶିକ୍ଷକ ରସଡୁମେର ପ୍ରାଥମିକ ବିଦ୍ୟାଳୟଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ପ୍ରଶି, ସାଗୁନଭାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ପଟନାଏକ ସଭା ପତିତ୍ୱ କରିଥିବା ବେଳେ ଅତିରିକ୍ତ ଗୋଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଏବଂ ଗଣେଶ ପ୍ରସାଦ ବେହେରା, ବରିଷ୍ଠ ଉପଦେଷ୍ଟା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ କଳାହାଣ୍ଡି, ଶେଷଦେବ ବେହେରା, ବରିଷ୍ଠ ସାମ୍ବାଦିକ, ଶୋଭାରମ ଜାଲ, ବିଭାଗୀୟ ଅଧିକାରୀ ଓ ଲଳିତ କୁମାର ନାଏକ, ସମ୍ପାଦକ ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସମସ୍ତ ସିଆର୍‌ସିସି, ବ୍ଲକର କୋଣ ଅନୁକୋଣରୁ ଶତାଧିକ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ଗ୍ରାମର ବହୁ ଶିକ୍ଷାବିତ୍‌ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ ପ୍ରଦାନ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କୁଚାଗାଁ ଅନନ୍ତନାରାୟଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଶେଷରେ ଶୁଭେନ୍ଦୁ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.