ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଲକ୍ଷପତି ଦିଦି ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ତୁରେକେଲା (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଲକ୍ଷପତି ଦିଦି ମାନଙ୍କୁ ନେଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିପିଏମ୍ ନୀଳମାଧବ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜୋନ୍‌ ନଂ ୧୧ ଜିଲ୍ଲା ପରିଷଦ କୋଶିକ ମେହେର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସରପଞ୍ଚ ଜଳନ୍ଧର ମହାକୁଡ଼, ସମିତି ସଭ୍ୟ ପ୍ରମୋଦ କୁମାର ମହାପାତ୍ର ଉପସ୍ଥିତ କ୍ରମେ ଲକ୍ଷପତି ଦିଦି ମାନଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ଦେଢ଼ଶହରୁ ଅଧିକ ମହିଳାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.