ପ୍ରଧାନଶିକ୍ଷକ ମାର୍କଣ୍ଡ ଜେନାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୋଗରାଇ, (ଶିବନାରାୟଣ ପାତ୍ର) : ଶିକ୍ଷକଙ୍କ ଅବସର ପରେ ମଧ୍ୟ ତାଙ୍କର ଜ୍ଞାନଦୀପ ବିଶ୍ୱବାତାୟନରେ କେବେ ଅସ୍ତମିତ ହୁଏନାହିଁ ବୋଲି ଆଜି ଆରୁହାବୃତ୍ତି -୧ ପଞ୍ଚାୟତ ଅନ୍ତର୍ଗତ ବାରବାଟିଆ ବିଦ୍ୟାଧର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାର୍କଣ୍ଡ ଚରଣ ଜେନାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟଅତିଥି ଭାବେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମିନତି ଭଞ୍ଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୁରାତନ ଛାତ୍ର ସଂସଦର ସଭାପତି ଦେବବ୍ରତ ଦେ ମଞ୍ଚ ଆହ୍ୱାନ କରିବା ସହ ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ କମଳ ଲୋଚନ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥି ଗିରି, ଓଷ୍ଟା ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାଜେନ୍ଦୁ ବିକାଶ ପାତ୍ର, ଆଇନଜୀବୀ ରାଜକିଶୋର ଜେନା, ସରପଞ୍ଚ ଗୀତାରାଣୀ ଜେନା, ପଞ୍ଚାୟତ ସମିତି ସଦସ୍ୟା ଅଞ୍ଜଳି ଜେନା, ଜନାର୍ଦ୍ଦନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌଭାଗ୍ୟ ରଞ୍ଜନ ଦେ, ସିଆର୍‌ସିସି ଗୋପାଳ ଚନ୍ଦ୍ର ସେଠୀ , ପବନ ବେହେରା, ହୃଦୟ ରଞ୍ଜନ ଗଙ୍ଗାଇ, ପୂର୍ବତନ ସରପଞ୍ଚ ଶ୍ରୀପତି ଚରଣ ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିବା ସହ ଅବସର ପରେ ଶ୍ରୀଯୁକ୍ତ ଜେନାଙ୍କ ଦୀର୍ଘାୟୁ କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଅରବିନ୍ଦ ଜେନାଙ୍କ ସହିତ ସମସ୍ତ ସଭ୍ୟସଭ୍ୟା, ଶିକ୍ଷକ ରାଖାଲ ସିଟ, ଆରତୀ ଜେନା ଓ ଅଭିଭାବକ, ଛାତ୍ରଛାତ୍ରୀ, ଗ୍ରାମବାସୀ ମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.