ରୋତ୍‌ କଲେଜରେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ୍‌ରେ ଉଭୟ +୨ ଓ +୩ର ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ସମସ୍ତ ବିଭାଗର ମୁଖ୍ୟ ମଞ୍ଚାସୀନ ରହି ନବାଗତ ଛାତ୍ରଛାତ୍ରୀଙ୍କୁ ଆନୁଷ୍ଠାନିକ ଭାବରେ ସ୍ୱାଗତ କରିଥିଲେ । ଅଧ୍ୟାପକ ପ୍ରମୋଦ କୁମାର ଦାଶ, ଡକ୍ଟର ସୁବିଜ୍ଞ ଗଡତ୍ୟା, ଆର୍ଯ୍ୟେନ୍ଦୁ କୁମାର ମେହେର, ଶାନ୍ତନୁ ପାଢୀ, ରାଧେଶ୍ୟାମ ଯୋଶୀ, ଆନନ୍ଦ ମେହେର, ଡକ୍ଟର ହିମାଂଶୁ ଶେଖର ମହନ୍ତ, ଡକ୍ଟର ରଶ୍ମୀଲତା ମହାନନ୍ଦ ପ୍ରଭୃତି ମହାବିଦ୍ୟାଳୟର ଆଦର୍ଶ, ନୀତି ନିୟମ ଓ ତାର ସଫଳତା ଆଦି ସଂପର୍କରେ ସୂଚନା ଦେଇଥିଲେ । ଭଲ ପାଠ ପଢି ଭବିଷ୍ୟତରେ ନିଜ ନାମ ରଖିବା ସହ ନିଜ ମହାବିଦ୍ୟାଳୟ ଓ ଅଞ୍ଚଳର ନାମ ଉଜ୍ଜଳ କରିବାକୁ ସୁପରାମର୍ଶ ଦେଇଥିଲେ । ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଦୈତାରୀ ଶବର ଓ ନୀଳାମ୍ବର ବାରିକ ପ୍ରଭୃତି ସହଯୋଗ କରିଥିଲେ ।

Leave A Reply

Your email address will not be published.