ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନଙ୍କ ସଭାପତିତ୍ୱରେ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବରେ ପାଇକମାଲ ବିଡିଓ ପ୍ରଫୁଲ୍ଲ କୁମାର ଓଡୁ ଯୋଗ ଦେଇଥିଲେ । ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ କିଭଳି ସ୍ୱାଗତ କରିବେ ଓ ଉଭୟ ବର୍ଷର ଛାତ୍ରଛାତ୍ରୀ ମାନେ ତାଙ୍କର ଭବିଷ୍ୟତ ଜୀବନକୁ ଉଜ୍ୱଳମୟ କରିବେ ସେ ବିଷୟରେ ଅବଗତ କରିଥିଲେ । ପାଇକମାଲ ଏବିଇଓ ରାଧେଶ୍ୟାମ ମେହେର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଶାମୁକ୍ତ ରହିବା ସହିତ ଅନୁଷ୍ଠାନର ନୀତିନିୟମ ମାନି ଚଳିଲେ ଭବିଷ୍ୟତରେ ଉତ୍ତମ ମାନବ ଭାବରେ ପରିଗଣିତ ହେବେ ବୋଲି କହିଥିଲେ । ଅର୍ଥନୀତି ବିଭାଗର ଅଧ୍ୟାପିକା ଶ୍ରୀମତୀ ନିରୂପମା ପଧାନ ସଭା ପରିଚାଳନା କରିଥଲେ । ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଜୟଦେବ ପ୍ରଧାନ ଅନୁଷ୍ଠାନର ଇତିହାସ ବିଷୟରେ କହିଥିଲେ । ଲାଇବ୍ରେରୀଆନ ପ୍ରଶାନ୍ତ କୁମାର ସାହ, ଅଧ୍ୟାପକ ହିମାଂଶୁ ଶେଖର ପ୍ରଧାନ, ଅଧ୍ୟାପକ ଫିରୋଜ ସାହୁ ଇ ଲାଇବ୍ରେରୀ, ଶ୍ରେଣୀ କୋଠରୀ, ଇ ପୋର୍ଟାଲ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏଥିରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ଓଡ଼ିଆ ଅଧ୍ୟାପିକା ସବିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.