ହୀରାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ହୀରାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଅବସର ଗ୍ରହଣ କରିଥିବା ବିଆରୟସିସି ଟିକେଚନ୍ଦ୍ର ମାଝୀ ଓ ପ୍ରଧାନ ଶିକ୍ଷକ ଅରୁଣ କୁମାର ଠାକୁରଙ୍କୁ ଭବ୍ୟ ଆୟୋଜନ ମଧ୍ୟରେ ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । ଆୟୋଜିତ ସମାରୋହ ସଭାରେ ହୀରାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଙ୍ଗୁରବାଳା ଜେନା ସଭାପତିତ୍ୱ କରିଥିବା ବେଳେ ବିଆର୍‌ସିସି ସୁରେନ୍ଦ୍ର ମୋହନ ଯୋଷୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବିଦାୟୀ ଗୁରୁଜୀ ମାନଙ୍କ ରୁଚି ଓ ଶିକ୍ଷା ପ୍ରତି ସମର୍ପଣ ଉପରେ ଆଲୋକପାତ କରିଥିଲେ । ଶିକ୍ଷକ ଉପେନ୍ଦ୍ର ଯୋଷୀ ଉଭୟଙ୍କ ଅବସର ଗ୍ରହଣ ଅଞ୍ଚଳ ପାଇଁ ଏକ ଶୂନ୍ୟତା ସୃଷ୍ଟି କରିଛି ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବରେ ଏବିଇଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସିଆର୍‌ସିସି ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜେନା ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବା ବେଳେ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା ସଭା ପରିଚାଳନା କରିଥିଲେ । ଶିକ୍ଷକ ହେମନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ହୀରାପୁର କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ ।

Leave A Reply

Your email address will not be published.