ls

ଟିଟିଲାଗଡ଼ ନାଗରିକ ମଞ୍ଚ ଓ ବଣିକ ସଂଘ ତରଫରୁ ନୂତନ ବିଧାୟକ ନବୀନ ଜୈନଙ୍କୁ ସମ୍ବର୍ଦ୍ଧନା

sb

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଇତି ମଧ୍ୟରେ ୨୦୨୪ ନିର୍ବାଚନ ସରିଯାଇଛି । ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ହରାଇ ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ ହୋଇଛନ୍ତି । ନବୀନ ଜୈନ ଜିତିବା ପରେ ପୁର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଟିଟିଲାଗଡ଼ ନାଗରିକ ମଞ୍ଚ ଓ ବଣିକ ସଂଘର ମିଳିତ ଆନୁକୁଲ୍ୟରେ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ନାଗରିକ ମଞ୍ଚର ପଦ୍ମନାଭ ବେହେରା ସ୍ୱାଗତ ଅଭିଭାଷଣ ଦେଇ ମୁଖ୍ୟ ଅତିଥି ନବୀନ ଜୈନ, ନାଗରିକ ମଞ୍ଚର ସଭାପତି ରାଧାକାନ୍ତ ପାଢ଼ୀ, ସାଂଗଠାନିକ ସମ୍ପାଦକ ମନୋଜ ହାତୀ, ବଣିକ ସଂଘର ଶମ୍ଭୁ ପ୍ରସାଦ ଗୋୟଲ, ସମ୍ପାଦକ ସଞ୍ଜୟ ସୋନିଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିଲେ । ଏହାପରେ ସଭା କାର୍ଯ୍ୟଆରମ୍ଭ ହୋଇଥିଲା । ବିରାଟ ଫୁଲମାଳ ଓ ଉପଢ଼ୌକନ ଦେଇ ନବନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ପରେ ସହରର ଲାୟ୍‌ନସ୍‌ କ୍ଲବ୍, ରୋଟାରୀ କ୍ଲବ, ଅଗ୍ରୱାଲ ସଭା, କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍, ରେଡିମେଡ କପଡ଼ା ଆସୋସିଏସନ୍, ନାରୀ ଶକ୍ତି ଏବଂ ସହରର ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ନବନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବଣିକ ସଂଘର ସଭାପତି ବେପାରୀଙ୍କୁ ହେଉଥିବା କିଛି ଅସୁବିଧା ବିଷୟରେ ଅବଗତ କରାଇଥିଲେ ଯେମିତିକି ଟ୍ୟାକ୍ସ, ୟୁଜର ଫିସ, ସରକାରୀ ସ୍କିମ ଅନୁଯାୟୀ ରୋଜଗାର ଦେବା ପାଇଁ କିଛି ଯୋଜନା ପ୍ରସ୍ତାବ ଦେଇଥିଲେ । ସେହିପରି ନାଗରିକ ମଞ୍ଚର ସଭାପତି ମଧ୍ୟ ସହରର କିଛି ପୁରୁଣା ଦାବି ଯାହାକି ପିଇବା ପାଣି, ମେଡିକାଲ୍‌ ଅବ୍ୟବସ୍ଥା, ସହରରେ ବାରମ୍ବାର ହେଉଥିବା ବିଦ୍ୟୁତ କାଟରୁ ମୁକ୍ତି ପାଇବା ପାଇଁ ୧୩୨ କେଭି ଗ୍ରିଡ ସ୍ଥାପନ, ଟିଟିଲାଗଡ଼କୁ ଜିଲ୍ଲା ଦାବି, ପିପଲପଦର ଯାଏଁ ରାସ୍ତାର ଉଭୟ ପାର୍ଶ୍ଵରେ ଲାଇଟ ସଂଯୋଗ, ହାଟପଦା ପୁରୁଣା ଫାଟକରେ ଆରୟୁବି ଭଳି ଦାବି ଉପସ୍ଥାପନ କରିଥିଲେ । ଏହାକୁ ଶୁଣିବା ପରେ ବିଧାୟକ ଶ୍ରୀ ଜୈନ ଡିସେମ୍ବର ମାସ ସୁଦ୍ଧା ନିୟମିତ ପିଇବା ପାଣି ଏକା ସଙ୍ଗେ ସହରର ୧୫ଟି ୱାର୍ଡ଼କୁ ଯୋଗାଣ ହେବ ବୋଲି କହିବା ସହ ଡାକ୍ତର ପଦବୀ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଦୁଇ ମାସ ସମୟ ଲାଗିବ ବୋଲି କହିଥିବା ତଥା କିଡନୀ ଡ଼ାଇଲେସିସ୍‌ ସେଣ୍ଟର ପାଇଁ ପ୍ରଥମେ ମେସିନ ଲଗାଇବା ଭଳି ପଦକ୍ଷେପ ନେଇଥିବା କହିଥିଲେ । ସେହିପରି ମେଡିରତା ପେଟ୍ରୋଲ ପମ୍ପ ଠାରୁ ରେଳ ଷ୍ଟେସନ ଯାଏଁ ହୋଇଥିବା ବ୍ୟାରିକେଡ଼ ଉଚ୍ଛେଦ କରି ଆଇ ଲଭ୍‌ ଟିଟିଲାଗଡ଼ ପାର୍କରେ ଲଗାଇବା ସହ ସହରର ବିକାଶ ପାଇଁ ସଦା ସର୍ବଦା ଆପଣଙ୍କର ସହଯୋଗ ଲୋଡ଼ିବି ବୋଲି କହିଥିଲେ । ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ସାଂଗଠାନିକ ସମ୍ପାଦକ ମନୋଜ କୁମାର ହାତୀ ।

pc pk
Leave A Reply

Your email address will not be published.