oum

ରଘୁନାଥପାଲ୍ଲୀ ବିଧାୟକଙ୍କୁ ସମ୍ବର୍ଦ୍ଧନା

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ସ୍ଥିତ ନେହେରୁପାଲି ଠାରେ ଏକତା କ୍ଲଷ୍ଟର ମହିଳା ମହାସଂଘ ପକ୍ଷରୁ ରଘୁନାଥପାଲ୍ଲୀର ନବନିର୍ବାଚିତ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମାଜସେବୀ ଅଶୋକ ଜୟସିଂହ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ, ଏକତା କ୍ଲଷ୍ଟରର ସଭାପତି ଲିଲିମା ଜୟସିଂହଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦିକା ରୀତା ମହାପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ତନ୍ତୀଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ କ୍ଲଷ୍ଟର କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସଭାପତି ଶ୍ରୀମତୀ ଜୟସିଂହ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇ ଏହାର ସମାଧାନ କରିବାକୁ ଅନୁରୋଧ କରିଥିଲେ । ବିଧାୟକ ଶ୍ରୀ ତନ୍ତୀ ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦେବେବୋଲି କହିବା ସହ ଏଥିରେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଏହାସହ ବିଜେପି ସରକାରଙ୍କ ବିଭିନ୍ନ ଜନହିତକରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନେହେରୁପାଲି ୟୁଥ୍ କ୍ଲବର ସମ୍ପାଦକ ଗଣେଶ ଜୟସିଂହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲାବେଳେ କ୍ଲଷ୍ଟରର ରୁକସନା ବେଗମ୍, ଜାନକୀ ଦେବୀ, ମନସ୍ୱୀନୀ ସ୍ୱାଇଁ, ପ୍ରମୋଦିନୀ ଦାସ, ଗାୟତ୍ରୀ ସାମଲଙ୍କ ସହ ଶତାଧିକ ସଦସ୍ୟାଙ୍କ ସହ ବିଜେପି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାସ, ଅଶୋକ ଲେଙ୍କା, ଶଶାଙ୍କ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.