oum

ୱାଇ.ଏମ୍‌.ଏଫ୍‌. ଆଇ ଓ ୟୁନିଟେକ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ୍‌ ମୁଭ୍‌ମେଣ୍ଟ ଫେଡେରେସନ୍‌ ଅଫ ଇଣ୍ଡିଆ ଓ ‘ୟୁନିଟେକ’ର ମିଳିତ ସହଯୋଗରେ ଚଳିତ ବର୍ଷ ବିଭିନ୍ନ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ର ଛାତ୍ରୀଙ୍କୁ ଛେଣ୍ଡ ସ୍ଥିତ ରିମ୍ସ ଅଡ଼ିଟୋରିୟମ ଠାରେ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ଶିଳ୍ପପତି ତଥା ଲେଖକ ଇଂ ରାଜେନ୍ଦ୍ର ପ୍ରସାଦ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ୟୁନିଟେକ ଗ୍ରୁପର ଅଧ୍ୟକ୍ଷ ନରେଶ ଆର୍ଯ୍ୟ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ କମଲ ଅଗ୍ରୱାଲ ଓ ୟୁନିଟେକର ନିର୍ଦ୍ଦେଶକ ହର୍ଷ ଆର୍ଯ୍ୟ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ୱାଇ. ଏମ୍‌. ଏଫ୍‌. ଆଇ.ର ଅଧ୍ୟକ୍ଷ ଇଂ ନଳିନୀକାନ୍ତ ଧର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓ ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସି. ବି. ଏସ୍‌. ସି, ଆଇ. ସି.ଏସ୍‌. ସି ଓ ଓଡିଶା ବୋର୍ଡରୁ ଉତ୍ତୀର୍ଣ୍ଣ ହୋଇଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ଶତାଧିକ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଅତିଥି ମାନଙ୍କସହ ସମାଜସେବୀ ସୁବାଷ ବାପୁଡିଆଙ୍କୁ ମଧ୍ୟ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କେତେକ ଛାତ୍ରଛାତ୍ରୀ ସେମାନଙ୍କ ସଫଳତାର କାହାଣୀ ବଖାଣି ଥିଲେ । କାର୍ଯ୍ୟକ୍ରମକୁ ଅମିତାଭ ମିତ୍ର ସଂଯୋଜନା କରିଥିଲେ । ଆଶା ଆର୍ଯ୍ୟ ଓ ଅନିତା ଅଗ୍ରୱାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅକ୍ଷୟ ଧଳ, ଅମର ବର୍ମା, କୁନିଆ ବାରିକ, ଗ୍ରେସୀ ଡାଭିଡ଼, ପ୍ରିୟଙ୍କା, ରଶ୍ମିତା, ମୀରା, ଜୁହି, ସଂଗୀତାଙ୍କ ସମେତ ଅନୁଷ୍ଠାନର ସ୍ୱେଛାସେବୀମାନେ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.