om academy

ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ସମ୍ବର୍ଦ୍ଧନା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ନବନିର୍ବାଚିତ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଜିଲ୍ଲା ବ୍ରାହ୍ମଣ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲା ପ୍ରବକ୍ତା ପରିଷଦର ସମ୍ପାଦକ ପଣ୍ଡିତ ଶ୍ୟାମସୁନ୍ଦର ଦାସ ସଭାମଂଚ ପରିଚାଳନା କରିଥିଲେ ଓ ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ପଣ୍ଡିତ ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ଜିଲ୍ଲା ବୈଦିକ ପଣ୍ଡିତ ମହାସଂଘର ସଭାପତି ପଣ୍ଡିତ ସନ୍ତୋଷ କୁମାର ଶତପଥି ସର୍ବ ପ୍ରଥମେ ମନ୍ତ୍ର ଉଚ୍ଚାରଣ କରିବା ପରେ ବ୍ରାହ୍ମଣ ମହାସଭାର ସମ୍ପାଦକ ଜୟରାମ ମିଶ୍ର ମୁଖ୍ୟ ଅତିଥିଗଣଙ୍କୁ ସ୍ୱାଗତ କରିବା ସହିତ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା । ପରେ ବିଧାୟକ କଳିକେଶ ନାରାୟଣ ସିଂଦେଓ ଓ ବଲାଙ୍ଗିର ନଗରପାଳିକା ଅଧ୍ୟକ୍ଷା ଲିକା ସାହୁ ବ୍ରାହ୍ମଣ ସମାଜର ବିଭିନ୍ନ ସମସ୍ୟା ଉପରେ ଉଭୟେ ନିରାକରଣ ସହିତ ଯଥା ସମ୍ଭବ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ ଓ ବଲାଙ୍ଗିର ଜିଲ୍ଲାକୁ ଏକ ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ସହଯୋଗ କାମନା କରିଥିଲେ । ଉକ୍ତ ସଭାରେ ଜିଲ୍ଲା ବ୍ରାହ୍ମଣ ମହାସଭାର ଉପସଭାପତି ଗୋପବନ୍ଧୁ ପୁରୋହିତ, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ସଂଗଠନ ସମ୍ପାଦକ କିଶୋର କୁମାର ପୁରୋହିତ, ନଗର କମିଟିର ସଭାପତି ନରେନ୍ଦ୍ର କୁମାର ଆଚାର୍ଯ୍ୟ ଓ ସମ୍ପାଦକ ସଂକୀର୍ତ୍ତନ ତ୍ରିପାଠୀ, କାର୍ଯ୍ୟକାରୀ ସଦସ୍ୟ ପୁରୁଷୋତ୍ତମ ପଣ୍ଡା, ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସଭାପତି ପଣ୍ଡିତ ଗିରିଧାରୀ ଶତପଥୀ, ଶ୍ରୀକର ମିଶ୍ର, ଲୋକନାଥ ନେପାକ, ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ଦାମୋଦର ଓତା, ଭୁପେନ୍ଦ୍ର ପାଣ୍ଡିଆ, ଶିବ ଶଙ୍କର ଖୁଆସ, ସୁଧୀର କୁମାର ତ୍ରିପାଟୀ, ଶିବନାରାୟଣ ରଥ, ଶିବଦତ୍ତ ଶତପଥି, ନୃସିଂହ ମନ୍ଦିର ପୂଜକ ପଣ୍ଡିତ ଗୋବର୍ଦ୍ଧନ ଶତପଥି, ପଣ୍ଡିତ ଭକ୍ତବନ୍ଧୁ ଦାସ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.