om academy

ଛତ୍ରପୁର ବିଧାୟକଙ୍କୁ ଅଷ୍ଟମ ବାଟାଲିୟନରେ ଭବ୍ୟ ସମ୍ବର୍ଦ୍ଧନା

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟରେ ଥିବା ଛତ୍ରପୁର ଓ ଏସ୍‌. ଏ. ପି. ଅଷ୍ଟମ ବାଟାଲିୟନ ପକ୍ଷରୁ ନବନିର୍ବାଚିତ ଛତ୍ରପୁରର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ବିଧାୟକଙ୍କୁ ଅଷ୍ଟମ ବାଟାଲିୟନ ଦୁର୍ଗପତି ସାରଦା ପ୍ରସାଦ ଦାସ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ବିଧାୟକ ଶ୍ରୀ ନାୟକ ବାଟାଲିୟନ ପରିସରରେ ମହାଦେବ ମନ୍ଦିରକୁ ଯାଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଡେପୁଟି କମାଣ୍ଡେଣ୍ଟ ପ୍ରଫୁଲ୍ଲ କୁମାର ସିଂ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଜ୍ୟୋତି ରଞ୍ଜନ ନାୟକ, ନିହାର ରଞ୍ଜନ ରାୟ, ସୁବେଦାର ରଞ୍ଜିତ ଲେଙ୍କା, ଯୁଧିଷ୍ଠିର ରେଡି, ଜମିଦାର ପ୍ରଶାନ୍ତ କୁମାର ତ୍ରିପାଠୀ, ହାବିଲଦାର ଯଶବନ୍ତ ସ୍ୱାଇଁ, ପ୍ରଭାକର ବେହେରା ପ୍ରମୁଖ ବାଟାଲିୟନ କର୍ମକର୍ତ୍ତା ଓ ସିପାହୀ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.