
ରାଉରକେଲା, (ସସ୍ମିତା ପ୍ରଧାନ) : ଚତୁର୍ଥ ଥର ପାଇଁ ବିଜୟୀ ହୋଇଥିବା ବଣାଇର ଜନପ୍ରିୟ ସି. ପି. ଆଇ. ଏମ୍ ବିଧାୟକ କମ୍ରେଡ୍ ଲକ୍ଷ୍ମଣ ମୁଣ୍ଡାଙ୍କୁ ଆଜି ରାଉରକେଲା ଠାରେ ସି. ଆଇ. ଟି. ୟୁ, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଅପରାହ୍ନରେ ଆଦର୍ଶ ପାଠାଗାର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସି. ଆଇ. ଟି. ୟୁ ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ବକ୍ତବ୍ୟ ରଖି ଲକ୍ଷ୍ମଣ ମୁଣ୍ଡାଙ୍କ ବିଜୟ ପାଇଁ ସେ ବିଶେଷ କରି ବଣାଇର ଜନସାଧାରଣଙ୍କୁ କୃତଜ୍ଞତା ପ୍ରକାଶ କରିଥିବା ବେଳେ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ବିଧାନ ସଭାରେ ଉପସ୍ଥାପିତ କରିବା ସହ ସାଥୀ ଲକ୍ଷ୍ମଣ ମୁଣ୍ଡା ଜିଲ୍ଲାରେ ଜନସାଧାରଣଙ୍କ ସ୍ଵର ହେବେ ବୋଲି କହିଥିଲେ । ସି. ଆଇ. ଟି. ୟୁ. ଜିଲ୍ଲା ଉପସଭାପତି ବସନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ତଥା ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, କଲ୍ଚରାଲ ଏକାଡେମୀ ପକ୍ଷରୁ ପଶୁପତିନାଥ ଚାଟାର୍ଜୀ, କାଶିନାଥ ପାତ୍ର, ଡ. ନଗେନ ଦାସ୍, ଡ. କୃପାସିନ୍ଧୁ ନାୟକ, ଅକ୍ଷୟ ପଣ୍ଡା, ଆଦର୍ଶ ପାଠାଗାର ପକ୍ଷରୁ ଚନ୍ଦ୍ରଶେଖର ଶତପଥୀ, ଶୁକାନ୍ତ ଖୁଣ୍ଟିଆ, ରାଧାକୃଷ୍ଣ ମିଶ୍ର, ବିଜୟ ପାତ୍ର, ବସନ୍ତ ଦାସ୍, ଜଗଦା ସାଂସ୍କୃତିକ ପରିଷଦର ଉପଦେଷ୍ଟା ତଥା ସମାଜସେବୀ ସଂଜୀବ ମହାନ୍ତି, ପିତାମ୍ବର ଲେଙ୍କା, ପ୍ରଭାତ ମହାନ୍ତି, ଏ. ଆଇ. ଟି. ୟୁ. ସି. ସୁନ୍ଦରଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ସଦାନନ୍ଦ ସାହୁ, ସି. ଆଇ. ଟି. ୟୁ. ସୁନ୍ଦରଗଡ଼ ଜିଲ୍ଲା କମିଟି ତରଫରୁ ଶକୁନ୍ତଳା ମହାକୁଡ, ହୃଦୟାନନ୍ଦ ଯାଦବ, ତାଜମୁନ ନେହାର, ସୁରେନ୍ଦ୍ର ଦାସ, ବି. ପି. ମହାପାତ୍ର, ଯଯାତି କେଶରୀ ସାହୁ, ଅଜିତ ଏକ୍କା, ରତ୍ନାକର ନାୟକ, ଅଜୟ ଶର୍ମା ଅରୁ ଦାସ, ବିନୟ ବେହୁରିଆ, ଅଜିତ ଦାସ, ସୁଧାଂଶୁ ଜେନା, ଏନ୍ଏନ୍ ପାଣିଗ୍ରାହୀ, ସୁରେନ୍ଦ୍ର ମହାନ୍ତି, ସଂଗ୍ରାମ ସାମଲ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଲକ୍ଷ୍ମୀଧର ନାୟକ ରଞ୍ଜନ ବେହେରା, ଅରୁଣ ମହାରଣା, ବଜରଙ୍ଗୀ ଚୌଧୁରୀ, ଶୁଭେନ୍ଦୁ ମହାନ୍ତି, ତଲତ ମେହମୁଦ, ଦିବାକର ମହାରଣା, ସିଡିଓ ମୁଣ୍ଡା ଉପେନ୍ଦ୍ର ତ୍ରିପାଠୀ, ମିହିର ପାତ୍ର, ଅଶେଷ ବିଶ୍ଵାଳ, କିଶୋର ରାଉତ ଅନିରୁଦ୍ଧ ଜେନା ସମେତ ସି. ଆଇ. ଟି. ୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ସହିତ ସହବନ୍ଧିତ ଜିଲ୍ଲାର ସମସ୍ତ ୟୁନିୟନର ଶତାଧିକ ଶ୍ରମିକ ନେତା ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ସମ୍ବର୍ଦ୍ଧନାର ଜବାବ୍ରେ ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଥିଲେ ଯେ, ବଣାଇର ଜନସାଧାରଣ ତାଙ୍କୁ ଚତୁର୍ଥ ଥର ପାଇଁ ବିଜୟୀ କରିଥିଲା ବେଳେ ସେ ସର୍ବଦା ଜିଲ୍ଲାର ସାଧାରଣ ଜନଗଣଙ୍କ ବିଭିନ୍ନ ସମସ୍ୟାରେ ନିଜକୁ ସାମିଲ କରିଛନ୍ତି ବିଶେଷ କରି ସେ ସି. ପି. ଆଇ. ଏମ୍ର ଓଡ଼ିଶା ବିଧାନସଭାରେ ଏକମାତ୍ର ବିଧାୟକ ହୋଇଥିଲା ବେଳେ ବିଭିନ୍ନ ଜନଗଣ ଶ୍ରମିକ, କୃଷକ ମାନଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ଉତ୍ଥାପନ କରିଛନ୍ତି ଆଗକୁ ମଧ୍ୟ ଜିଲ୍ଲାର ସାଧାରଣ ଜନତାଙ୍କ ସ୍ଵର ହୋଇ କାମ କରିବେ ବୋଲି କହିଥିଲେ । ଶେଷରେ ସି. ଆଇ. ଟି. ୟୁ. ଜିଲ୍ଲା ସଂପାଦକ ରାଜ କିଶୋର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।