om academy

ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ସାଂସଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନବନିର୍ବାଚିତ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ଛତ୍ରପୁର ପ୍ରେସ କ୍ଲବକୁ ସ୍ୱାଗତ କରାଯିବା ସହ ଶୁକ୍ରବାର ସନ୍ଧ୍ୟା ଏକ ଅନ୍ତରଙ୍ଗ ମୂହର୍ତ୍ତରେ କ୍ଲବ ପରିସରରେ ଭବ୍ୟ-ସମ୍ବର୍ଦ୍ଧନା କରାଯାଇଛି । ଛତ୍ରପୁର ପ୍ରେସ କ୍ଲବ ଗୃହରେ ସଭାପତି ରବିନ୍ଦ୍ରନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ପୁଷ୍ପମାଲ୍ୟ ଦେଇ ସାମ୍ୱାଦିକ ସଦସ୍ୟ ମଣ୍ଡଳୀଙ୍କ ତରଫରୁ ଉଚ୍ଚସୀତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ତାଙ୍କର ଜୀବନ ଶୈଳୀ ଉନ୍ନତ ହେବା ସାଂଗକୁ ଉକ୍ତ କ୍ଲବ୍ ତରଫରୁ ଉଜ୍ୱଳ ଭବିଷ୍ୟତ ଓ ସୁଖ ସମୃଦ୍ଧିମୟ କାମନା କରିଥିଲେ । ନବନିର୍ବାଚିତ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତରେ ଅନୁଷ୍ଠିତ ଏହି ସମାରୋହରେ ଗଞ୍ଜାମ ଜିଲ୍ଲାର ବିକାଶ କ୍ଷେତ୍ରରେ ଏବଂ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିକାଶ କ୍ଷେତ୍ରରେ ଗଣମାଧ୍ୟମର ବଡ଼ ଭୂମିକା ରହିଥିବା ବିଷୟରେ ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ଭୂୟସୀ ପ୍ରଶଂସା କରିଥିଲେ । ନୂଆଁ ନୂଆଁ ପ୍ରକଳ୍ପ ହେଉ କିମ୍ବା ପୂରାତନ ପ୍ରକଳ୍ପର ପୁନଃରୁଦ୍ଧାର କରାଯିବା ନିମନ୍ତେ କାର୍ଯ୍ୟକାରୀ କରିବାକୁ ସମୂହ ଅନୁରୋଧ କରାଯାଇଛି । ଉପସଭାପତି ସନ୍ତୋଷ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉପଦେଷ୍ଟା ରବୀନ୍ଦ୍ର କୁମାର ପଣ୍ଡା ନୂତନ ସାଂସଦଙ୍କୁ ଗଞ୍ଜାମ ଜିଲ୍ଲା ଏବଂ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଦୂରଦୃଷ୍ଟି ଓ ଉନ୍ନୟନ କାର୍ଯ୍ୟ ଦିଗରେ ଆଲୋକପାତ କରିଥିଲେ । ଋଷିକୁଲ୍ୟା ଉନ୍ନୟନ କର୍ତ୍ତୃପକ୍ଷ ଗଠନ କରିବା ଉପରେ ଗୁରୁତ୍ୱଆରୋପ କରିଥିଲେ । ସାମ୍ୱାଦିକ ବସନ୍ତ ମହାରଣା, କ୍ଷୀରୋଦ ଚନ୍ଦ୍ର ସାହୁ, କ୍ଲବ୍ କୋଷାଧ୍ୟକ୍ଷ କେ. ସତ୍ୟନାରାୟଣ ରେଡ୍ଡୀ, ପ୍ରାକ୍ତନ ସଭାପତି ପ୍ରଶାନ୍ତ ମହାରଣା, ଯୁବ ସାମ୍ବାଦିକ ବିସ୍ମୟ ପ୍ରଧାନ ସୁଧୀର ନାୟକ, ରବି ନାୟକ, ଦିଲ୍ଲୀପ ସାମଲ, ରବିନ୍ଦ୍ର ନାହାକ, ଅଶୋକ ବେହେରା, କିଶୋର ଚନ୍ଦ୍ର ମହାନ୍ତି, ପ୍ରଦୀପ କୁମାର ସାହୁ, ଦେବବ୍ରତ ପଣ୍ଡା, ବୀରେନ ରାଉଳ ଓ ଅଶୋକ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.