oom

କୃତି ଛାତ୍ରଙ୍କୁ ମାଁ ମାହେଶ୍ୱରୀ ସେନା ତରଫରୁ ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପଥରଚେପା ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ରାହୁଲ ରଞ୍ଜନ କର୍ମୀଙ୍କୁୁ ମାଁ ମାହେଶ୍ୱରୀ ସେନା ତରଫରୁ ସମ୍ବର୍ଦ୍ଧନା କରାଯାଇଛି । ବଲାଙ୍ଗିର ଶାନ୍ତିପଡା ନିବାସୀ ନନ୍ଦିକିଶୋର କର୍ମୀ ଓ ମମତା କର୍ମୀଙ୍କ ସୁପୁତ୍ର ଓଡିଶା ଆଦର୍ଶ ବିଦ୍ୟାଳୟ ଦଶମ ଶ୍ରେଣୀ ପରୀକ୍ଷାରେ ୯୭% ମାର୍କ ସହ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । ରାହୁଲ କର୍ମୀଙ୍କୁ ମାଁ ମାହେଶ୍ୱରୀ ସେନା ସଦସ୍ୟ ସୁରେଶ କମ୍ପ, ଅରୁଣ ପଳତା, ବୈଳିଆର ସିଂ ବସ୍ତିଆ, ଆନନ୍ଦ ଡାଙ୍ଗ, ରମାକାନ୍ତ ମେଶ୍ୱା, ମନୋଜ ଖମାରୀ ତରଫରୁ ଶୁଭେଚ୍ଛା ଦେବା ସଙ୍ଗେ ମାଁ ମାହେଶ୍ୱରୀ ଠାରେ ତାଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଛନ୍ତି ।

jittmm
Leave A Reply

Your email address will not be published.