om academy

ଛତ୍ରପୁର ପ୍ରେସ କ୍ଲବ୍ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନବନିର୍ବାଚିତ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ଆମନ୍ତ୍ରଣ କରି ଛତ୍ରପୁର ପ୍ରେସ କ୍ଲବ ପରିସରରେ କ୍ଲବ୍ ତରଫରୁ ସମୂହ ଶୁଭେଚ୍ଛା ଜଣାଇ ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରେସ କ୍ଲବ ସଭାପତି ରବିନ୍ଦ୍ର ନାଥ ପଣ୍ଡା, ଉପଦେଷ୍ଟା ମଣ୍ଡଳୀ ଯଥା- ବସନ୍ତ ମହାରଣା, ପ୍ରଶାନ୍ତ ମହାରଣା, ଶ୍ରୀକାନ୍ତ ମହାନ୍ତି, ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ପ୍ରେସ କ୍ଲବ ଗଠନର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ । ପ୍ରେସ କ୍ଲବ ପରିସରରେ ନିର୍ମାଣାଧୀନ ସେମିନାର ହଲ୍‌ର ଦୃଷ୍ଟି ଆକର୍ଷଣ କରାଯାଇ ତାହାର ପୂର୍ଣ୍ଣାଙ୍ଗ ପ୍ରସଙ୍ଗରେ ଆଲୋଚନା କରି ଛତ୍ରପୁର ସହରର ବିକାଶ ଦିଗରେ ସମ୍ପାଦକ ସରୋଜ ସାମଲ, ଉପସଭାପତି ସନ୍ତୋଷ ମିଶ୍ର, ଆଲୋକପାତ କରି ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରେସ କ୍ଲବର କୋଷାଧ୍ୟକ୍ଷ କେ. ସତ୍ୟନାରାୟଣ ରେଡ୍ଡୀ ନିଜ ବକ୍ତବ୍ୟରେ ପ୍ରେସ କ୍ଲବକୁ ଦୃଷ୍ଟିରେ ରଖି ଏହାର ପୂର୍ଣ୍ଣାଙ୍ଗ କଳେବର ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି । ଏତଦ୍‌ବ୍ୟତୀତ ଛତ୍ରପୁର ସହରକୁ ମ୍ୟୁନିସିପାଲଟି ଭାବେ ଘୋଷଣା ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟକାରୀ ହୋଇପାରୁନାହିଁ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରମୁଖ ଅଞ୍ଚଳର ବହୁବିଧ ବିକାଶ ଦିଗରେ ପଛରେ ପଡ଼ିରହିଛି । ଛତ୍ରପୁରରେ କଳା, ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ, ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଜଳ ସମସ୍ୟା ଆଦିର ପରିସ୍ଥିତି ଗମ୍ଭୀର ଓ ବିଗିଡ଼ି ଯାଇଥିବା ସଂପର୍କରେ ବରିଷ୍ଠ ସାମ୍ୱାଦିକ କେ. ସତ୍ୟନାରାୟଣ ରେଡ୍ଡୀ ଆଲୋକପାତ କରିଥିଲେ । ଯଥାଶୀଘ୍ର ଏଥି ପ୍ରତି ଧ୍ୟାନ ଦେବାକୁ କହିଥିଲେ । ଯାହାକି ଜନସାଧାରଣଙ୍କ ସମସ୍ୟା ସହିତ ଏହି ସହରର ଅବ୍ୟବସ୍ଥାକୁ ସାମ୍ବାଦିକମାନେ ସମ୍ମୁଖୀନ ହେଉଛନ୍ତି, ତାହାର ପ୍ରତିକାର ଓ ସମାଧାନ କରିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.