oom

ରାଜ୍ୟସ୍ତରୀୟ ଓକା ଆଇଡଲ ପ୍ରତିଯୋଗିତା ଓ ସମ୍ବର୍ଦ୍ଧନା ମହୋତ୍ସବ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଙ୍ଗୀତ ମୂର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ ଓକା ପକ୍ଷରୁ ଓକା ଆଇଡଲ ପ୍ରତିଯୋଗିତା ଓ ସମ୍ବର୍ଦ୍ଧନା ମହୋତ୍ସବ ସମ୍ବଲପୁର ଜିଲ୍ଲାର ଓଡିଶା ସାଂସ୍କୃତିକ ସମାଜ ହଲରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ଉତ୍ସବରେ ରାଷ୍ଟପତି ପୁରସ୍କାରପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଉପାଧି ଡ. କ୍ରିଷ୍ଣା ପଟେଲ, ବିଶିଷ୍ଟ ଅତିଥି-ପଦ୍ମଶ୍ରୀ ଉପାଧି ଜିତେନ୍ଦ୍ର ହରିପାଲ, ମୁଖ୍ୟବକ୍ତା ଶଶଧର ପଣ୍ଡା, ସମ୍ମାନୀତ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ରଶ୍ମି ପ୍ରମାଣିକ, ବିଚାର ବିଭାଗୀୟ ଅଧିକାରୀ ନିବାସଚନ୍ଦ୍ର ମିଶ୍ର ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ଓ ଓକା ଆଇଡଲ ଉପରେ ଆଲୋକପାତ କରିଥିଲେ । ଉକ୍ତ ଅନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ଅନୁଷ୍ଠାନ ସମ୍ପର୍କରେ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ ପରେ ବିଭିନ୍ନ ବର୍ଗର ପ୍ରତିଯୋଗୀମାନେ କଳା ପ୍ରଦର୍ଶନ କରିଥିଲେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ୬୦ ଜଣ ପ୍ରତିଭାଙ୍କୁ ଓକା ଟପ୍ ଟେନ ଆୱାର୍ଡ଼ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ଓଡିଶାରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ଥିବା ୫୦ ଜଣକଳାକାରଙ୍କୁ ମା ସମଲେଇ ସମ୍ମାନ ଓ ବୀର ସୁରେନ୍ଦ୍ର ସାଏ ସମ୍ମାନରେ ସମ୍ମାନିତ କରାଯାଇଥିଲା ପଦ୍ମଶ୍ରୀ ଉପାଧି ଜିତେନ୍ଦ୍ର ହରିପାଲ ଓ କ୍ରିଷ୍ଣା ପଟେଲଙ୍କୁ ଅନୁଷ୍ଠାନ ମା ସମଲେଇ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ଅନୁଷ୍ଠାନର କଳାକାରମାନଙ୍କୁ ଦ୍ୱାରା ଉଚ୍ଚ କୋଟୀର କଳା ପ୍ରଦର୍ଶନ କରାଯାଇଥିଲା । ନିର୍ଦ୍ଦେଶକ ବସନ୍ତ କୁମାର ଦାସ ପ୍ରତିଭାମାନଙ୍କ ବିକାଶ ପାଇଁ ୩୦ ଜିଲ୍ଲାରେ କାର୍ଯ୍ୟକ୍ରମ ହେବ ବୋଲି ପ୍ରତିଶ୍ରୃତି ଦେଇଥିଲେ ସମ୍ବଲପୁର ଜିଲ୍ଲାର ସଂଯୋଜକ ସୁପ୍ରଭା ସାହାଣୀ, ବସୁଦେବ ପ୍ରଧାନ, ମୁରଲୀଧର ମହାମଲ୍ଲିକ ଓ ଉର୍ମୀ ବିଜୟିନୀ ମଲ୍ଲିକ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଶେଷରେ ସବିତା ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.