oom

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଓ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

jsmm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ କଣ୍ଟାବାଞ୍ଜିରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟନାରାୟଣ ଭୋଇ ଓ ସମ୍ପାଦକ ପୁରୋଷୋତ୍ତମ୍ ଧରୁଆଙ୍କୁ ତୁରେକେଲା ଶାଖା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ତୁରେକେଲା ବ୍ଲକ ଗୋଣ୍ଡ ସଂସ୍କୃତିକ ସମାଜ ସଭାପତି ତଥା ଅବସର ପ୍ରାପ୍ତ କମାଣ୍ଡେଣ୍ଟ ଗିରିରାଜ ସିଂ ମାଝିଙ୍କ ଆହ୍ୱାନ କ୍ରମେ ଓ ବ୍ଲକ ସଭାପତି ଦୁଃଖୀ ଶ୍ୟାମ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ନବ ମନୋନୀତ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟନାରାୟଣ ଭୋଇ ଓ ସମ୍ପାଦକ ପୁରୁଷୋତ୍ତମ ଧରୁଆଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ତୃଣମୂଳ ସ୍ତରରେ ସଂଘକୁ ଆହୁରି ମଜବୁତ୍ କରିବାକୁ ଆହ୍ୱାନ ଦେଇଥିଲେ । ତୁରେକେଲା ବ୍ଲକକୁ ଆହୁରି ମଜବୁତ୍ କରିବା ପାଇଁ ବ୍ଲକରେ ସଂଯୋଜକ ଭାବେ ଘନଶ୍ୟାମ ଧରୁଆ, ବିଜୟ ମାଝି, ଲିଙ୍ଗରାଜ ମାଝି ଓ ଅର୍ଜୁନ ମାଝି, ନାରୀନେତ୍ରୀ ଭାବେ ଆଶା ଭୋଇ, ଲୟନ୍ତି ଭୋଇ, ଭୂମିସୁତା ସମରଥ, ଆଇନ ପରାମର୍ଶଦାତା ଭାବେ ଲଳିତ ମାଝି ଅଡିଟ ସେଲ ଭାବେ ହରିହର ମାଝି ଓ ଧନସିଂ ମାଝି, କୋଷାଧ୍ୟକ୍ଷ ଭାବେ ସୁଶାନ୍ତ ମାଝି ଅନ୍ୟମାନଙ୍କ ମଧ୍ୟରେ ଗୋବିନ୍ଦ ବର୍ଗେ ନଗର ସଭାପତି, ଦୈତାରି ଭୋଇ ସମ୍ପାଦକ, ପ୍ରସୁଦନ ମାଝି କାର୍ଯ୍ୟକାରୀ ସଭାପତି, ଯୋଗେଶ୍ୱର ମାଝି ପୂର୍ବତନ ବ୍ୟାଙ୍କ ମେନେଜର, ପୂର୍ଣ୍ଣଚନ୍ଦ୍ର ମାଝି ମୁରିବାହାଲ ବ୍ଲକ କାର୍ଯ୍ୟକାରୀ ସଭାପତି, ସଞ୍ଜୟ ମଲ୍ଲିକ ଦଳ ସମାଜ ସଭାପତି ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ଅର୍ଜୁନ ଧରୁଆ ସଭା ପରିଚାଳନା କରିଥିବା ବେଳେ ସଭାରେ ଶତାଧିକ ଆଦିବାସୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.