ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଲେ ଛାତ୍ରଛାତ୍ରୀ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଅନ୍ତର୍ଗତ ବାଗଦୋର ଗ୍ରାମ ପଞ୍ଚାୟତର ସର୍ଗିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଚିରାଙ୍ଗୁଳଙ୍କୁ ଛାତ୍ରଛାତ୍ରୀ ଓ ଅଭିଭାବକ ମିଶି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶ୍ରୀ ଚିରାଙ୍ଗୁଳ ପ୍ରଥମ କରି ସର୍ଗିପାଲି ପ୍ରାଥମିକ ବିଦ୍ୟାଳୟରେ ତା-୧୬/୦୭/୨୦୦୧ ମସିହାରେ ନିଯୁକ୍ତ ହୋଇଥିଲେ । ସେ ତାଙ୍କ କାର୍ଯ୍ୟକୁ ସୁଚାରୂ ରୁପେକ ସମ୍ପାଦନା କରି ଆସୁଥିଲେ । ସେ ଜଣେ ଆଦର୍ଶ ଶିକ୍ଷକ ଉକ୍ତ ବିଦ୍ୟାଳୟକୁ ଆସିବା ପରେ ବିଦ୍ୟାଳୟରେ ଅନେକ ପରିବର୍ତ୍ତନ ଆଣିଥିଲେ । ଯେଉଁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପାଠପଢି ଆସୁନଥିଲେ ସେ ଜାଣିବା ପରେ ତୁରନ୍ତ ତାଙ୍କ ଘରକୁ ଯାଇ ସେହି ଛାତ୍ରଛାତ୍ରୀଙ୍କୁ ମିଠା ମିଠା କଥା କହି ଆଣୁଥିଲେ । ତା’ସହିତ ବିଦ୍ୟାଳୟ ସୌନ୍ଦର୍ଯ୍ୟ ତଥା ଛାତ୍ରଛାତ୍ରୀମାନଙ୍କୁ ଭଲ ପାଇବା ଭଳି ଅନେକ ଅଭୁଲା କାମ କରିଯାଇଛନ୍ତି । ତାଙ୍କର ଏହି ମହାନ କାମକୁ ଆଜି ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଓ ଗ୍ରାମବାସୀ ମନେ ପକାଇବା ସହ ତାଙ୍କର ଗୁଣ ଗାନ କରି ଆଜି ଲୁହରେ ଭିଜା ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ବିଦାୟ ସମ୍ବର୍ଦ୍ଧନା ସମୟରେ ସମସ୍ତଙ୍କ ଆଖିରୁ ଲୁହ ବହି ଯାଇଥିବାର ଦେଖିବାକୁ ମିଳିଥିଲା । ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଚିରାଙ୍ଗୁଳ ଦୀର୍ଘ ୨୨ ବର୍ଷ ଧରି ଉକ୍ତ ବିଦ୍ୟାଳୟରେ ଶିକ୍ଷକତା କରିଆସୁଥିଲେ । ସେ ଆଜି ଅନ୍ୟ ବିଦ୍ୟାଳୟକୁ ବଦଳି ହୋଇଯାଉଛନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଏପରି ବିଦାୟ ସମ୍ବର୍ଦ୍ଧନାକୁ ଦେଖି ଶ୍ରୀ ଚିରାଙ୍ଗୁଳ ନିଜକୁ ସମ୍ଭାଳି ପାରିନଥଲେ ତାଙ୍କର ଆଖରୁ ମଧ୍ୟ ଲୁହ ବହି ଆସିଥିଲା । ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଶ୍ରୀ ଚିରାଙ୍ଗୁଳ ବିଦ୍ୟାଳୟରୁ ବିଦାୟ ନେଇଥିଲେ ।

Leave A Reply

Your email address will not be published.