oom

ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସରକାର ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦେଇ କିପରି ଅଧିକରୁ ଅଧିକ ଛାତ୍ର ଛାତ୍ରୀ ଧନ୍ଦାମୂଳକ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବେ ସେଥିପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଧନ୍ଦା ମୂଳକ ଶିକ୍ଷା ଆଗରୁ ପ୍ରଚଳନ ହୋଇ ଆସୁଅଛି । ୨୦୨୩ -୨୪ ଶିକ୍ଷା ବର୍ଷରେ ପ୍ରଥମ କରି SPOKE ସ୍କୁଲ ଭାବେ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଓଡିଶା ସରକାର ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ସହିତ ସଂଯୋଗ କରିଛନ୍ତି । ଯାହା ଫଳରେ ବାଳିକା ଉଚ୍ଚ ବିଦ୍ୟାଳୟ ପାଇକମାଲର ଛାତ୍ରୀ ମାନେ ଧନ୍ଦାମୂଳକ ଶିକ୍ଷା ଅଧ୍ୟୟନର ସୁଯୋଗ ପାଇବେ । ପ୍ରଥମ କରି ନବମ ଶ୍ରେଣୀର ୨୮ ଜଣ ଛାତ୍ରୀ ଧନ୍ଦାମୂଳକ ଶିକ୍ଷା ଅଧ୍ୟୟନ ପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର, ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ମାନେ ଉକ୍ତ ଛାତ୍ରୀ ମାନଙ୍କୁ ଫୁଳ, ଚନ୍ଦନ, ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୱାଦଶ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅଥିତି ରୂପେ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୁଡାମଣୀ ବାରିକ ଯୋଗ ଦେଇ ଥିଲେ । ସମ୍ମାନିତ ଅଥିତି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟା କଳ୍ପନା ବଢ଼େଇ ଏବଂ ମମତା ତାଣ୍ଡି ଯୋଗ ଦେଇଥିଲେ । SPOKE ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ଓ ଶିକ୍ଷକ ଶ୍ରୀ ସେବକ ସେଠ ମଞ୍ଚାସିନ ଥିଲେ । ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ମାନେ ଧନ୍ଦାମୂଳକ ଶିକ୍ଷା ଅଧ୍ୟୟନର ସୁଯୋଗ ପାଇଥିବାରୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ଶିକ୍ଷା ବିଭାଗ ତଥା ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇ ଥିଲେ । ଶିକ୍ଷକ ତ୍ରିଲୋଚନ ନାୟକ ସଭା ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.