ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଓ କଣ୍ଟାବାଞ୍ଜି ଏନ୍‌ଏସିରେ କାର୍ଯ୍ୟରତ ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କ ଚାକିରିରୁ ଅବସର ନେଇଛନ୍ତି । ମାନ୍ଦଲା କ୍ଳଷ୍ଟର ଅନ୍ତର୍ଗତ ସାଲେପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟକାନ୍ତ ରଣାଙ୍କ ବିଦାୟ ସମ୍ବର୍ଦ୍ଧନା ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନ୍ତ ପ୍ରଧାନ, ଅତିରିକ୍ତ ଶିକ୍ଷା ଅଧିକାରୀ ଚନ୍ଦ୍ରଭାନୁ ବେହେରା, ବିଜୟ ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ରାମକୃଷ୍ଣ ସେଲମା ଅତିଥି ଭାବରେ ଯୋଗ ଦେଇଥିଲେ । ମାନ୍ଦଲା କ୍ଳଷ୍ଟର ସଂଯୋଜକ ଧନସିଂ ମାଝୀ ସଭା ପରିଚାଳନା କରିଥିବା ବେଳେ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ସ୍ୱାଗତ ଓ ଧନ୍ୟବାଦ ଅର୍ପଣ କରିଥିଲେ । କ୍ଳଷ୍ଟର ତରଫରୁ ଶ୍ରୀ ରଣାଙ୍କୁ ପ୍ରଶଂସା ପତ୍ର, ଉପଢୌକନ ଓ ଉପହାର ପ୍ରଦାନ ପୂର୍ବକ ବିଦାୟସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀ ରଣା ଜଣେ ଆଦର୍ଶ, ଛାତ୍ରବତ୍ସଳ ଶିକ୍ଷକ ଥିଲେ ତାଙ୍କ ଅବସର ପରେ ଆମ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ଉପସ୍ଥିତ ସମସ୍ତେ ଏକ ସ୍ୱରରେ କହିଥିଲେ । ଏହି ସଭାରେ ଶିକ୍ଷକ କୃଷ୍ଣଚନ୍ଦ୍ର ରଣା, ଅକୃର ପୁଟା, ମଣି ମାଝୀ, ବିମଳ ହାତୀ, ମନୋଜ ତାଣ୍ଡୀ, ଗୌତମ ଆଣ୍ଡିଆ, ଶରତ ମାଝୀ, ନରହରି ତାଣ୍ଡୀ, ଲଳିତ କୁଅଁର, ରୋହିତାଶ୍ୱ ନାଗ, ଜାନକୀରାମ ସାମବେଦମ, ଗଜୟ ଦାଶ, ଅନୁପ କୁମାର ଦାସ, ଅମରେନ୍ଦ୍ର ବାଗ, ପ୍ରମୋଦ ମାଝୀ, ଗୁରୁପ୍ରାସାଦ ଛତ୍ରିଆ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା, ଗ୍ରାମବାସୀ ଉପସ୍ଥିତ ଥିଲେ । ସେହିପରି କରୁଁଆମୁଣ୍ଡା ବିଦ୍ୟାଳୟର ଶିକ୍ଷକ ଗୌତମ ବଏ ଓ କଣ୍ଟାବାଞ୍ଜି ହିନ୍ଦୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଶୀଳା ବାଇ ତାଙ୍କ ଚାକିରିରୁ ଅବସର ଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!