ବିଦ୍ୟାଳୟରେ ଅବସର ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟାଗୁଡ଼ା ପଞ୍ଚାୟତ ପୁଷାଙ୍ଗିଆ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସର ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷୟିତ୍ରୀ ରେବତୀ କୁମାରୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଦ୍ୟାଳୟରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ରାଧିକା ପ୍ରଧାନ ଅବସର ଗ୍ରହଣ କରିଥିବା ବେଳେ ସହକାରୀ ଶିକ୍ଷୟତ୍ରୀ କୁନ୍ତଳା କହଁର ବଦଳି ହୋଇ ଅନ୍ୟ ବିଦ୍ୟାଳୟକୁ ଚାଲିଯାଇଛନ୍ତି । ଏହି ଦୁଇ ଶିକ୍ଷୟତ୍ରୀଙ୍କୁ ହରାଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଗ୍ରାମବାସୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଂଶୀଧର ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସିଆର୍‌ସିସି ଚନ୍ଦ୍ରଭାନୁ ଭୋଇ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଉତ୍କଳ କେଶରୀ ବିବବାର ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ତରଫରୁ ଦୁଇ ଶିକ୍ଷୟତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ବିଦ୍ୟାଳୟର ଗାୟତ୍ରୀ ମଲ୍ଲିକ, ତନୁଶ୍ରୀ ସାହୁ, ବିଦ୍ୟୁତ ପ୍ରଭା ନାୟକ, ସୌଦାମିନୀ ସାହୁ, ଅଶୋକ ପଟ୍ଟନାୟକ, ବିଦ୍ୟୁତ କୁମାର ନାୟକ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ଦୁଇ ଶିକ୍ଷୟତ୍ରୀ ବିଦ୍ୟାଳୟରେ ନିଜ କାର୍ଯ୍ୟକାଳ ସମୟରେ ସୁପରିଚାଳନା, ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସହ ସୁସମ୍ପର୍କ ରକ୍ଷା କରି ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ ବୋଲି ମତ ପ୍ରକାଶ ପାଇଥିଲା । ବାସ୍ତବରେ ଏହି ବିଦାୟକାଳୀନ ସଭା ଅତି ଦୁଃଖ ପୂର୍ଣ୍ଣ ଓ ହୃଦୟ ବିଦାରକ ଥିଲା । ଶେଷରେ ଅବସର ଓ ବଦଳି ହେଉଥିବା ଦୁଇ ଶିକ୍ଷୟତ୍ରୀଙ୍କ ଜୀବନର ଶୁଭକାମନା କରିବା ସହ ଅନେକ ଉପହାର ପ୍ରଦାନ କରି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.