ପରିବାର ଅଦାଲତର ପ୍ରଶାସନିକ ଅଧିକାରୀ ତଥା ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ପ୍ରକାଶ ନେପାକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ପରିବାର ଅଦାଲତର ପ୍ରଶାସନିକ ଅଧିକାରୀ ପ୍ରକାଶ କୁମାର ନେପାକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବଲାଙ୍ଗିର ଜିଲ୍ଲା ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ଦଧିବାବନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଓ ଦୌରାଜଜ୍‌ ଲଲାଟେନ୍ଦୁ ଜେନା ଉପସ୍ଥିତ ରହି ଶ୍ରୀ ନେପାକଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ପ୍ରଦାନ କରିଥିଲେ । ଏହି ସଭାକୁ ସଂଘର ଯୁଗ୍ମ ସଂପାଦିକା ଶ୍ରଦ୍ଧାଞ୍ଜଳି ମେହେର ସଂଯୋଜନା କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ସମସ୍ତ ବରିଷ୍ଠ ଓ କନିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଏବଂ ସିଭିଲକୋର୍ଟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଶ୍ରୀ ନେପାକ ଦୀର୍ଘ ୨୫ ବର୍ଷରୁ ଅଧିକ ବିଚାର ବିଭାଗୀୟ କର୍ମଚାରୀ ସଂଘର କର୍ମକର୍ତ୍ତା ଭାବେ କର୍ତ୍ତବ୍ୟ ସଂପାଦନା କରି କର୍ମଚାରୀମାନଙ୍କର ସୁଖ ଦୁଃଖରେ ସାମିଲ ହୋଇ ସେମାନଙ୍କର ଯଥୋଚିତ ଦାବୀକୁ ସରକାରଙ୍କ ପାଖରେ ଉପସ୍ଥାପନା କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ ।

ସିଭିଲ୍‌କୋର୍ଟ ରେଜିଷ୍ଟାର ଚରଣଜିତ୍‌ ଓରାମ୍‌, ଭିଜିଲାନ୍ସ ଜଜ୍‌ ମଳୟ ରଞ୍ଜନ ଦାସ, ମୁଖ୍ୟ ପ୍ରଶାସନିକ ଅଧିକାରୀ ବଳରାମ ମେହେର, ସଭାପତି ଦଧିବାବନ ଶତପଥି, ସହକାରୀ ପ୍ରଶାସନିକ ସୁବ୍ରତ କୁମାର ମିଶ୍ର ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ଶ୍ରଦ୍ଧାଞ୍ଜଳି ମେହେର ମାନପତ୍ର ପାଠ କରିଥିଲେ । ଶେଷରେ ଜିଲ୍ଲା ଓ ଦୌରାଜଜ୍‌ ଶ୍ରୀ ନେପାକଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିବା ସହିତ ଅବସର ପରର ଜୀବନ ସୁଖମୟ ହେବା ପାଇଁ ଆଶୁ କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସଂଘର ଉପସଭାପତି ଲକ୍ଷ୍ମୀ ନାରାୟଣ ସିଂ, କୋଷାଧ୍ୟକ୍ଷ ଆକାଶ ତ୍ରିପାଠୀ ଓ ସିଭିଲ କୋର୍ଟର ଉପପ୍ରଶାସକ ଶୁଭ୍ରାଂଶୁ ବାଗ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.