ଓଇଏସ୍‌ ପରୀକ୍ଷାରେ ସଫଳତା, ୨ ଆଦିବାସୀ ଶିକ୍ଷୟତ୍ରୀଙ୍କୁ ସଇଁତଲା ବ୍ଲକ କର୍ମଚାରୀଙ୍କ ତରଫରୁ ସମ୍ବର୍ଦ୍ଧନା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଓଡିଶା ଶିକ୍ଷା ସେବା (ଓଇଏସ୍‌) ପରୀକ୍ଷାରେ ସଫଳତା ପାଇଥିବା ୨ ଜଣ ଆଦିବାସୀ ଶିକ୍ଷୟତ୍ରୀଙ୍କୁ ଶୁକ୍ରବାର ସଇଁତଲା ବ୍ଲକ ଅଫିସର କର୍ମଚାରୀଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ସଇଁତଲା ବିଡିଓ ଚନ୍ଦ୍ରମଣି ନାଗ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି ଅବସରରେ ସଇଁତଲା ବ୍ଲକ ବୁଡ଼ାବାହାଲ ପଞ୍ଚାୟତ ରେମୁଣ୍ଡା, ଖଲିଆପାଲି ଗ୍ରାମର ମମତା ମହାଡିକ ବଲାଙ୍ଗିର ପଥରଚେପା ସ୍ଥିତ ଓଏଭି ସ୍କୁଲରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ଥିବା ବେଳେ ସେ ବର୍ତମାନ ଓଡିଶା ଶିକ୍ଷା ସେବା (ଓଇଏସ୍‌) ପରୀକ୍ଷାରେ ୧୧୨ ରେଙ୍କ ରଖି ଉତୀର୍ଣ୍ଣ ହୋଇଛନ୍ତି । ସେହିପରି ଗୁଡଭେଲା ବ୍ଲକ ଦେଉଲଗୁଡ଼ି ପଞ୍ଚାୟତ ମଧୁପୁର ଗ୍ରାମର ପ୍ରଧାନ ଶିକ୍ଷକ ଭକ୍ତରଞ୍ଜନ ଭୋଇଙ୍କ ଝିଅ ନମିତାରାଣୀ ଭୋଇ ସଇଁତଲା ବ୍ଲକ କନ୍ଧକେଲଗାଁ ବାପୁଜୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ବର୍ତମାନ ସେ ମଧ୍ୟ ଓଇଏସ୍‌ ପରୀକ୍ଷାରେ ରାଜ୍ୟରେ ୧୪୪ ରେଙ୍କ ରଖି ଉତୀର୍ଣ୍ଣ ହୋଇଛନ୍ତି । ତେଣୁ ଉଭୟଙ୍କୁ ସଇଁତଲା ବ୍ଲକ ଅଫିସର ଆଦିବାସୀ କାର୍ଯ୍ୟରତ କର୍ମଚାରୀଙ୍କ ତରଫରୁ ୨ ଜଣ ଆଦିବାସୀ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମୟରେ ବ୍ଲକ ସେକ୍ସନ ଅଫିସର ଗଣେଶ ରାମ ବେହେରା, ଆକାଉଣ୍ଟ ଅଫିସର ଲଛମନ ମାଝୀ, ରାଜସ୍ୱ ସହାୟକ ତରୁଣକର ଧରୁଆ, ବିଷ୍ଣୁପ୍ରିୟା ମାଝୀ, ପିଅନ ନେହେରୁ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!