ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅତିବଡି ଜଗନ୍ନାଥ ଦାଶ ପୁରସ୍କାର ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନରୁ ସାହିତ୍ୟ ଭାରତୀ ସମ୍ମାନପ୍ରାପ୍ତ ହୋଇଥିବା ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଡ. ଶ୍ରୀନିବାସ ଉଦ୍‌ଗାତାଙ୍କୁ ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ ଶ୍ରୀ ଉଦ୍‌ଗାତାଙ୍କ ବାସଭବନରେ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଶ୍ରୀ ଉଦ୍‌ଗାତାଙ୍କର ଏହି ସଫଳତାରେ ସାରା ଓଡିଶାରୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟୁଛି । ବଲାଙ୍ଗିର ମାଟି ଆଜି ପଦ୍ମଶ୍ରୀ ଶ୍ରୀ ଉଦ୍‌ଗାତାଙ୍କୁ ପାଇ ଗର୍ବ ଅନୁଭବ କରୁଛି । ଏହି ଅବସରରେ କବି ମଧୁସୁଦନ ନାୟକ, ପ୍ରଶାନ୍ତ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.