ସଇଁତଲା ଓକିଲ ସଂଘ ତରଫରୁ ଆଇନଜୀବୀ ଦିବସ ପାଳିତ, ବରିଷ୍ଠ ଆଇନଜୀବୀ ରାଧେଶ୍ୟାମଙ୍କୁ ସମ୍ବର୍ଦ୍ଧନା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ଓକିଲ ସଂଘର ସଭାଗୃହରେ ମଧୁବାବୁ ଜନ୍ମ ଜୟନ୍ତୀ ଅବସରରେ ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଦୀପ ପ୍ରଜ୍ୱଳନ ସହିତ ମଧୁବାବୁଙ୍କ ଫଟୋରେ ମୁଖ୍ୟଅତିଥି ଏବଂ ଓକିଲ ସଂଘର ସମସ୍ତ ସଦସ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏଥିରେ ଓକିଲ ସଂଘର ନୂତନ ସଭାପତି ମାନଭଞ୍ଜନ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ଼ ଓକିଲ ସଂଘର ପୂର୍ବତନ ସଭାପତି ସଞ୍ଜୟ କୁମାର ବେହେରା ଯୋଗଦାନ କରି ସ୍ୱାଭିମାନ ଦିବସ ଉପଲକ୍ଷେ ଓକିଲମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ପରେ ବରିଷ୍ଠ ଓକିଲ ତଥା ପୂର୍ବତନ ସଭାପତି ଦେବରାଜ ପଣ୍ଡା, ସତ୍ୟନାରାୟଣ ସାହୁ, ସୁବୋଧ ମିଶ୍ର, ଗୌର ରାଜପଲିଆ, ପାନୁ ମହାନନ୍ଦ, ଜ୍ୟୋସ୍ନାରାଣୀ ବାଗ, ମନୋରଞ୍ଜନ ପୃଷେଠ ଓ ଝସକେତନ ରଣା ପ୍ରମୁଖ ନିଜସ୍ୱ ମଧୁବାବୁ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସଂଘ ତରଫରୁ ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ସାହୁଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ବୈଠକରେ ପ୍ରୀତିସାଗର ମହାନନ୍ଦ, ବେଦବ୍ୟାସ ଭୋଇ, ଦିଲୀପ ରାଜପଲିଆ, ମନୋଜ ପୃଷେଠ, ଯୁବରାଜ ରଣା, ପ୍ରଦୀପ ମାଝୀ, ଗୋକୁଳ ସୁନା, ମାନସ ରଣାଙ୍କ ସମେତ ସମସ୍ତ ଓକିଲ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ସଂଘର ସମ୍ପାଦକ ଜପେଶ୍ୱର ଯାନୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.