oom

ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ସିଂଙ୍କୁ ସମ୍ବର୍ଦ୍ଧନା

jsmm

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟର ଅଧୀନସ୍ଥ ସମରସିଂ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ସିଂ ଆଜି ଷାଠିଏ ବର୍ଷ ପୂର୍ତ୍ତି ଅବସରରେ କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିଥିଲେ । ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ସରପଞ୍ଚ ବିଳାସ ପୁଟେଲ, ମାନ୍ଦଲା କ୍ଲଷ୍ଟରର ଶିକ୍ଷକ ତଥା ତୁରେକେଲା କ୍ଲଷ୍ଟର ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପ୍ରତିନିଧି ବିଜୟ କୁମାର ପାଣିଗ୍ରାହୀ, ବଡବାବୁ, ଅବସରପ୍ରାପ୍ତ ଶିକ୍ଷକ ରାମକୃଷ୍ଣ ସେଲମା, ସୂର୍ଯ୍ୟକାନ୍ତ ରଣା, ନରହରି ତାଣ୍ଡି, ଅକୃର ପୁଟା, ଜାନକୀରାମ ସାମବେଦମ, ମମତା ପଣ୍ଡା ଅତିଥି ଭାବରେ ଯୋଗ ଦେଇଥିଲେ । ଶ୍ରୀ ସିଂ ଜଣେ ମେଳାପୀ ଓ କର୍ମଠ ଶିକ୍ଷକ ହୋଇଥିବାରୁ ସମସ୍ତଙ୍କ ସହିତ ମିଳିମିଶି ବିଦ୍ୟାଳୟର ଉନ୍ନତି କରିପାରିଛନ୍ତି ବୋଲି ଅତିଥିମାନେ ମତ ଦେଇଥିଲେ । କ୍ଲଷ୍ଟର ତରଫରୁ ଭାଗବତ ସହିତ ଉପଢୌକନ ପ୍ରଦାନ କରାଯାଇଥିଲା । ମାନ୍ଦଲା କ୍ଲଷ୍ଟର ସଂଯୋଜକ ଧନସିଂ ମାଝୀ ସଭାଟିକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ । ଏହି ସଭାରେ ଶିକ୍ଷକ ମଣି ମାଝୀ, ମନୋଜ ତାଣ୍ଡି, ରୋହିତାଶ୍ୱ ନାଗ, ଧୁବଲେ ତାଣ୍ଡି ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ସଭ୍ୟ, ସଭ୍ୟା ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.