
କୋକସରା : ବିଶ୍ୱକପର ଟ୍ରଫିକୁ ରାଜ୍ୟ ବ୍ୟାପି ପରିକ୍ରମା କରାଯାଉଛି । ରବିବାର ଏହି ଟ୍ରଫି ଶୋଭାଯାତ୍ରା ନବରଙ୍ଗପୁର ଜିଲ୍ଲାରୁ କଳାହାଣ୍ଡି ଜିଲ୍ଲା ସୀମା ଆମପାଣି ବୁଢ଼ାରଜା ମନ୍ଦିର ଠାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସ୍ୱାଗତ ଓ ସମ୍ବର୍ଦ୍ଧନା ଉତ୍ସବରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଉପଜିଲ୍ଲାପାଳ ବେଦ ଭୂଷଣ, କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ଆମପାଣି ପଞ୍ଚାୟତ ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ଆତ୍ମା ଅଧ୍ୟକ୍ଷ ରୁରୂରାଜ ମାଝୀ ସମେତ କୋକସରା ବ୍ଲକ ପ୍ରଶାସନର କର୍ମଚାରୀ, ସମାଜସେବୀ, ମିଶନ ଶକ୍ତି ଓଏଲ୍ଏମ୍ ମହିଳା କର୍ମଚାରୀ ଓ ଆମପାଣି ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ । ସ୍ୱାଗତ ସମ୍ବର୍ଦ୍ଧନା ପରେ ଟ୍ରଫିକୁ ଏକ ବିରାଟ ଶୋଭାଯାତ୍ରାରେ ଘୁମୁରା ଓ ସାଂସ୍କୃତିକ କଳାକାର ଓ ଅତିଥିଙ୍କ ଗହଣରେ ବୁଢ଼ାରଜା ମନ୍ଦିରରୁ ବୁଢ଼ାରଜା ମଞ୍ଚ ପର୍ଯ୍ୟନ୍ତ ପାଛୋଟି ଆଣି ସେଠାରେ ଉପ ଜିଲ୍ଲାପାଳ ଟ୍ରଫିକୁ ମଞ୍ଚକୁ ଆଣିଥିଲେ । ଏହି କାର୍ଯ୍ୟକ୍ରମରେ ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ, ବିଘ୍ନେଶ୍ୱର ନାଏକ, ଜିତେନ୍ଦ୍ର ପଣ୍ଡା, ସୁରେଶ ସାହୁ, ନକୁଳ ବାଣୁଆ, ବିନୋଦ ସିଂ, ତ୍ରିନାଥ ପ୍ରସନ୍ନ ରାୟ, ଭାସ୍କର ରାଓ ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ, ନାରୀନେତ୍ରୀ ତିଲୋତ୍ତମା ନାଏକ, ପ୍ରିୟଦର୍ଶିନୀ ନାଏକ ସମେତ ଆମପାଣି ଅଞ୍ଚଳର ଶହ ଶହ ଜନସାଧାରଣ ଉପସ୍ଥିତ ଥିଲେ । ପରେ ଆମପାଣି ଠାରୁ ବିଶ୍ୱକପ ହକି ଟ୍ରଫିକୁ ବିଦାୟ ଦିଆଯାଇଥିଲା । ଏହାପରେ ମୋଟେର ଛକରେ ପୁଣିଥରେ ମୋଟେର ପଞ୍ଚାୟତ ସରପଞ୍ଚ ବାସନ୍ତି ନାଏକଙ୍କ ନେତୃତ୍ୱରେ ଟ୍ରଫି ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ । ପରେ ଜୁନାଗଡ ବ୍ଲକ ପ୍ରଶାସନ ପକ୍ଷରୁ ହକି ଟ୍ରଫିକୁ ସ୍ୱାଗତ କରି ଜୁନାଗଡ ଓ ପରେ ଜିଲ୍ଲା ସଦର ମହକୁମା ଭବାନୀପାଟଣା ଅଭିମୁଖେ ରଥ ଯାଇଛି ।