oom

ଏସିଆନ କରାଟେ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

jsmm

ନବରଙ୍ଗପୁର : ସ୍ଥାନୀୟ ତୃପ୍ତି ଲଜ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଏସିଆନ୍‌ କରାଟେ ବିଦ୍ୟାଳୟର ଅଧ୍ୟକ୍ଷ ସଂସାଇ ଶରତ କୁମାର ରାଉତଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । କେରଳର କନୁରଠାରେ ଅନୁଷ୍ଠିତ ସର୍ବଭାରତୀୟ କରାଟେ କୁବୁଡ଼ ଚମ୍ପିୟାନସିପ୍‌ରେ ସର୍ବମୋଟ ୧୯ଟି ମେଡାଲ ଆଣି ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବାନ୍ୱିତ କରିଥିବା ଅନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ଯୋଗ ଦେଇ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ମୁଖ୍ୟବକ୍ତା ଭାବରେ ଜିଲ୍ଲା ସହ ଆରକ୍ଷୀ ଅଧିକ୍ଷକ ଡକ୍ଟର. ଚନ୍ଦ୍ର ଶେଖର ହୋତା, ସମ୍ମାନିତ ଅତିଥି ଜିଲ୍ଲା ଓକିଲ ସଂଘର ସଭାପତି ନରସିଂହ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଜିଲ୍ଲା କ୍ରୀଡ଼ା ସଂଘର ଉପ ସଭାପତି ଏମ. ବାଲାକୃଷ୍ନା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଅଧ୍ୟାପକ ଅଖିଳ ଭଟ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.