ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ପଲସଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନରଞ୍ଜନ ସାହୁଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପ୍ରଧାନ ଶିକ୍ଷକ ଦ୍ୱିତୀୟ ବେସେରାଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିଲା । ଏଥିରେ ବ୍ଲକ ଶିକ୍ଷା ଅଧିକାରୀ ଚୂଡାମଣି ବାରିକ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ପାଇକମାଳ ବ୍ଲକ ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟର ୧୧୦ ଟି ଶିକ୍ଷକ ପଦ ଖାଲି ଅଛି, ଆଜି ଆଉ ଗୋଟିଏ ଖାଲି ହେଲା ବୋଲି ମତ ପ୍ରକାଶ ପାଇଥିଲା । ପଲସଦା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଗ୍ରାମ୍ୟ କମିଟି, ବିଦ୍ୟାଳୟର ପରିଚାଳନା କମିଟି, ମାତୃ କମିଟି, ତଥା ଭଦ୍ର ବ୍ୟକ୍ତି ଉପଢୌକନ, ପୁଷ୍ପମାଳା, ପୁଷ୍ପ ଗୁଚ୍ଛ ଦେଇ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେ ପଲସଦାରେ ତାଙ୍କ ଶିକ୍ଷକତା ଜୀବନ ତା ୧/ ୭/୧୯୯୭ରେ ଆରମ୍ଭ କରିଥିଲେ । ଆଉ ତା ୩୦ /୯ /୨୦୨୨ ରେ ସେହି ସ୍କୁଲ ପଲସଦାରେ ଅବସର ଗ୍ରହଣ କଲେ । ସେ ଜଣେ ଭଲ ଶିକ୍ଷକ ଥିଲେ । ପଲସଦା ଗ୍ରାମବାସୀ ଗୋଟିଏ ଭଲ ଶିକ୍ଷକଙ୍କ ଅଭାବ ପରିଲକ୍ଷିତ କରିବ କହି ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ପଲସଦା ଗ୍ରାମବାସୀ, ସ୍କୁଲ କମିଟି ତଥା ପୂର୍ବତନ ଅବସରପ୍ରାପ୍ତ ଶିକ୍ଷକ ସମସ୍ତେ ବ୍ଲକ ଶିକ୍ଷାଧିକାରୀଙ୍କୁ ଅନୁରୋଧ କରିଥିଲେ ଯେ ଏହି ସ୍କୁଲରେ ନୂତନ ଶିକ୍ଷକ ନିଯୁକ୍ତି ଦେବା ପାଇଁ । ବ୍ଲକ ଶିକ୍ଷାଧିକାରୀଙ୍କ ଉତ୍ତର ଏହା ଥିଲା ଯେ, ୨୦୧୮ ମସିହାରୁ ୨୦୨୨ ପର୍ଯ୍ୟନ୍ତ ମାତ୍ର ୩ ଜଣ ଶିକ୍ଷକଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି ପ୍ରାଇମେରୀ ସ୍କୁଲରେ, ମୁଁ ଚେଷ୍ଟା କରିବି । ଶେଷରେ ସିଆର୍‌ସିସି ଚକ୍ରଧର ଅଜଗର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ପରିଶେଷରେ ସମସ୍ତେ ତାଙ୍କୁ ତାଙ୍କର ବାସଭବନକୁ ପାଛୋଟି ଆଣିଥିଲେ ।

Leave A Reply

Your email address will not be published.