centurian jitm

ନୂତନ ବିଡିଓଙ୍କୁ ସିନାପାଲି ବିଜେଡି ପକ୍ଷରୁ ସମ୍ୱର୍ଦ୍ଧନା

nschool

ସିନାପାଲି, (ନିରାକାର ମେହେର) : ସିନାପାଲି ବ୍ଲକ ବିଜେଡ଼ିର ପୂର୍ବତନ ସଭାପତି ତଥା ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଂଜନ ମେହେରଙ୍କ ନେତୃତ୍ୱରେ ବ୍ଲକ ବିଜେଡ଼ିର ଏକ ପ୍ରତିନିଧି ଦଳ ନୂତନ ଭାବରେ ଯୋଗଦାନ କରିଥିବା ସିନାପାଲି ବିଡ଼ିଓ ସର୍ବେଶ୍ୱର ଜାଲଙ୍କୁ ସୋମବାର ସାକ୍ଷାତ କରି ସ୍ୱାଗତ ସମ୍ୱର୍ଦ୍ଧନା ଜଣାଇଛନ୍ତି । ଏହି ସାକ୍ଷାତ ସମୟରେ ଅଂଚଳର ବିଭିନ୍ନ ସମସ୍ୟା ଉପରେ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ସମାଧାନ କ୍ଷେତ୍ରରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପ୍ରତିନିଧି ଦଳ ଅନୁରୋଧ କରିଥିଲେ । ବିଶେଷ କରି ସିନାପାଲି ଅଂଚଳ ଏକ ଅନୁନ୍ନତ ଓ ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇଥିବାରୁ ଏଠାରେ ଯଥାଶୀଘ୍ର ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଧ୍ୟାନ ଦେବାକୁ କୁହାଯାଇଥିଲା । ସେହିପରି ସାଧାରଣ ଲୋକଙ୍କ ସାମାଜିକ ସୁରକ୍ଷାକୁ ଏବଂ ଏମଜିଏନଆରଜିଏ ଯୋଜନାକୁ ଯଥେଷ୍ଟ ପରିମାଣରେ କାର୍ଯ୍ୟକାରୀ କରି ଲୋକଙ୍କ ହାତକୁ କାର୍ଯ୍ୟ ଯୋଗାଇ ଦେବାକୁ ଆଲୋଚନା କରାଯାଇଥିଲା । ବିଡ଼ିଓ ଶ୍ରୀ ଜାଲ ମଧ୍ୟ ଅଂଚଳର ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ୱ ଦେଇ ସମସ୍ତ ବର୍ଗର ଲୋକଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀ ମେହେରଙ୍କ ସହ ବ୍ଲକ ସରପଂଚ ସଂଘ ସଭାପତି ଖୁଟୁରାମ ସୁନାନୀ, ନାରାୟଣ ବେହେରା, ପ୍ରଦୀପ ପ୍ରଧାନ, ମିଥୁନ ବାଗ, କୈଲାସ ବାଗ, ଡୋଳାମଣି ମେହେର, ସଞ୍ଜୟ ଦଣ୍ତସେନା, ନୀଳାମ୍ୱର ମେହେର, ରିଖିରାମ ବାଗ, ହୀରାଧର ମେହେର, ଜିତେଂଦ୍ର ମେହେର, ଈଶ୍ୱର ପ୍ରସାଦ ମେହେର, ଦୀନେଶ ସା, ବିଜୟ ମେହେର, ଦେବେଂଦ୍ର ଚିନାଗୁନ, କ୍ଷୀରସିନ୍ଧୁ ମେହେର, କମଳା ପାଣିଗ୍ରାହୀ, ପ୍ରଦୀପ ମେହେର, ଗଜେଂଦ୍ର କଶ୍ୟପ, ନୂତନ ମେହେର ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.

error: Content is protected !!