ରାଉରକେଲା ସ୍ପୋର୍ଟସଆସୋସିଏସନ୍ ପକ୍ଷରୁ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଦାନ) : ରାଉରକେଲା ସ୍ପୋର୍ଟସ ଆସୋସିଏସନ୍‌ର ଉପ ସଭାପତି ଭାସ୍କର ନନ୍ଦଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂଆଁଖାଇ ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଥିଲେେ । ମନ୍ତ୍ରୀ ଶ୍ରୀ ପୂଜାରୀ ଖେଳ ସଂପର୍କରେ ଆଲୋଚନା କରିବା ସଂଗେ ସଂଗେ ସର୍ବ ଭାରତୀୟ ବିଜୁ ପଟ୍ଟନାୟକ ଫୁଟବଲ ପ୍ରତିଯୋଗିତା ପାଇଁ ସହଯୋଗ କରିବାକୁ ପ୍ରତିଶୃତି ଦେଲେ । ଏଇ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନ୍‌ର ସର୍ବଶ୍ରୀ ଆଲୋକ ବୋଷ, ସୁବାଷ ପଣ୍ଡା, କେଶବ ପ୍ରଧାନ, ରାମ ଗୌଡ, ରଂଜତ ସାହୁ, ଅମରନାଥ ଜେନା, କାର୍ତ୍ତିକ ଖଣ୍ଡୁଆଳ, ମହେନ୍ଦ୍ର ସାହୁ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.