oom

ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ କନକମଞ୍ଜରୀ ଇନଷ୍ଟିଚ୍ୟୁଟ୍ ଅଫ୍ ଫରମାସିଉଟିକାଲ ସାଇନ୍ସର ଶେଷବର୍ଷ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ତୃତୀୟ ବାର୍ଷିକ ଛାତ୍ର ଓ ଛାତ୍ରୀମାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡ. ବିଶ୍ୱରଂଜନ ବେହେରା, ପ୍ରଫେସର ଡ. ମନୋଜ କୁମାର ଦଳାଇ, ପ୍ରଫେସର ଡ. ଶୁଭଶ୍ରୀ ସାହୁ, ପ୍ରଫେସର ଅଶୋକ କୁମାର ସାମନ୍ତ, ଡ. ମନୋଜ କୁମାର ମହାପାତ୍ର, ପ୍ରଫେସର ଡ. ପ୍ରକାଶ କୁମାର ପଲାଇ, ଡ. ଇତିଶ୍ରୀ ମହାନ୍ତି, ପ୍ରଫେସର ବସନ୍ତ କୁମାର ଦାସ, ନିଲୁରାମ ପରିଡା ଓ ବିକାଶ ଦାସ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ୱଳ କାମନା କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କଲେଜର ମୁଖ୍ୟ ଡ. ବିଶ୍ୱ ରଞ୍ଜନ ପଟ୍ଟନାୟକ ବିଦାୟୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଦେବା ସହ ସେମାନେ ନିଜ ବୃତ୍ତିରେ ଶୀର୍ଷ ସ୍ଥାନ ହାସଲ କରି ଅନୁଷ୍ଠାନକୁ ଗୌରବାନ୍ୱିତ କରିବା ପାଇଁ ଆଶା ପୋଷଣ କରିଥିଲେ । ଛାତ୍ରଛାତ୍ରୀମାନେ ଏହି ଅବସରରେ ଅନୁଷ୍ଠାନ ସହ ସଂପର୍କ ଓ ଅଭିଜ୍ଞତା ବଖାଣିଥିଲେ । ଓମପ୍ରିୟା, ମନସା, ସୌମ୍ୟ, ଆଦିତ୍ୟ, ମନଜିତ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.