ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଞ୍ଚି ନାରାୟଣ ଦାଶଙ୍କ ପଦୋନ୍ନତି ହୋଇଥିବାରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସହଦେବ ମାଝୀ ଓ ଉପସଭାପତି ସୀତା ଦାସ ଶ୍ରୀ ଦାଶଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ସଭାପତି ତାଙ୍କ ବକ୍ତବ୍ୟରେ ଶ୍ରୀ ଦାଶଙ୍କ ପ୍ରଶଂସା କରିଥିଲେ ।ଛାତ୍ରଛାତ୍ରୀମାନେ ବିଦ୍ୟାଳୟରୁ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା କଥା ଶୁଣିବା ପରେ ସମସ୍ତେ ଦୁଃଖ ପ୍ରକାଶ କରିବା ସହିତ କାନ୍ଦି ପକେଇଥିଲେ । ଅପରପକ୍ଷରେ ମାଝୀପଡା ବିଦ୍ୟାଳୟରେ ଶ୍ରାମତୀ ନଳିନୀ ସାହୁ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇଥିଲେ । ଶିକ୍ଷକ କିଶୋର ବରିହା, ଶିକ୍ଷୟତ୍ରୀ ଦେବକୀ ତାଣ୍ଡୀ, ସମାଜସେବୀ ଥମିର ଛତ୍ରିଆ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.